ଆକାଉଣ୍ଟ ଥିବା ବ୍ୟାଙ୍କ ଦୂରରେ ଥିବାରୁ ସମସ୍ୟା: ମଧ୍ୟାହ୍ନ ଭୋଜନ ଟଙ୍କା ଆଣିବାକୁ ଯିବେ ୧୦୦ କିମି

ଘଟଗାଁ, ପାଟଣା, ହରିଚନ୍ଦନପୁର ବ୍ଲକର ୬ଶହ ସ୍କୁଲ ସାମିଲ

ମୁଣ୍ଡପିଛା ଆୟ ୧,୧୧,୮୦୭ ଟଙ୍କାକୁ ବୃଦ୍ଧି ପାଇବ, ଜିଡିପି ଅଭିବୃଦ୍ଧି ୭% ରହିବ

Jakarta Globe

ଘଟଗାଁ : ଏଣିକି ମଧ୍ୟାହ୍ନ ଭୋଜନ ଟଙ୍କା ଆଣିବାକୁ ୧୦୦ କିମି ଯିବାକୁ ପଡ଼ିବ। କେନ୍ଦୁଝର ଜିଲ୍ଲାର ୩ଟି ବ୍ଲକ୍‌ ଅନ୍ତର୍ଗତ ପ୍ରାୟ ୬ଶହ ସ୍କୁଲ୍‌ର ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ଏହିଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଆକାଉଣ୍ଟ ରହିଥିବା ବ୍ୟାଙ୍କ୍‌ର ଦୂରତ୍ବ ପାଇଁ ଏହିଭଳି ସମସ୍ୟା ସୃଷ୍ଟିହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଘଟଗାଁ; ପାଟଣା ଏବଂ ହରିଚନ୍ଦନପୁର ବ୍ଲକ୍‌ର ପ୍ରାୟ ୬ ଶହ ବିଦ୍ୟାଳୟକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ଯୋଡ଼ାଯାଇଛି। ଅନ୍ୟ କେଉଁଠି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଶାଖା ନଥିବା ବେଳେ ଘଟଗାଁ ବ୍ଲକ ଗଦାଧରପୁରଠାରେ ରହିଛି। ଏହିଠାରୁ ହିଁ ଆକାଉଣ୍ଟ ଚାଲିବ। ଘଟଗାଁ ବ୍ଲକ୍‌ର ୧୯୪ଟି ସ୍କୁଲ ପାଟଣା ବ୍ଲକ୍‌ର ୧୭୮ଟି ସ୍କୁଲ ଓ ହରିଚନ୍ଦନପୁର ବ୍ଲକ୍‌ର ୨୨୮ଟି ସ୍କୁଲ ମୋଟ ୬ଶହଟି ସ୍କୁଲର ଆକାଉଣ୍ଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖୋଲାଯାଇଛି। ଗମନାଗମନ ଦୃଷ୍ଟିରୁ ଦେଖାଗଲେ ଶତାଧିକ ସ୍କୁଲ ବ୍ୟାଙ୍କ ଠାରୁ ପ୍ରାୟ ୫୦ରୁ ୧୦୦ କିମି ଦୂର। ଯାହାକି ବ୍ୟାଙ୍କ କାରବାର ବେଳେ ବାରମ୍ବାର ଦୌଡ଼ିବା ସହ ଶିକ୍ଷକମାନେ ଅଯଥାରେ ସମୟ ଅପଚୟ କରିବାକୁ ବାଧ୍ୟ ହେବେ। ଅନ୍ୟପଟେ ଶିକ୍ଷକମାନେ ଦୌଡ଼ିବା ସହ ମଧ୍ୟାହ୍ନ ଭୋଜନରେ ସମ୍ପକ୍ତ ବିଭିନ୍ନ ଯୋଗାଣକାରୀ ସଂସ୍ଥା ତଥା ଅଣ୍ଡା, ଲୁଣ ତେଲ, ଆଳୁ ଗ୍ୟାସ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟକାରୀ ଚେକ୍‌ ଦେଲେ ସେମାନେ ସେମାନଙ୍କ ଦେୟ ପାଇଁ ଏତେବାଟ ଆସିବେ କି ନାହିଁ ତାହା ସମୟ କ୍ରମେ ଜଣାପଡ଼ିବ।

publive-image

ଅନ୍ୟପକ୍ଷରେ, ଗତ ୨୩ ତାରିଖଠାରୁ ମଧ୍ୟାହ୍ନ ଭୋଜନ ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଆସିଥିଲେ ମଧ୍ୟ ଟଙ୍କା ଉଠାଣ ହୋଇପାରିନାହିଁ। ଆହୁରି ସପ୍ତାହେ କି ଦୁଇ ସପ୍ତାହ ଲାଗିବ ବୋଲି କେତେକ ଶିକ୍ଷକଶିକ୍ଷୟିତ୍ରୀ ପ୍ରକାଶ କରିଛନ୍ତି। କାରଣ ଏଯାଏ ସମ୍ପୃକ୍ତ ବ୍ୟାଙ୍କ ପକ୍ଷରୁ ପାସ୍‌ ବହି ଓ ଚେକ ବହି ଯୋଗାଇ ଦିଆଯାଇ ନାହିଁ। ଏବେ ଅର୍ଥ ଉଠାଣ ପୂର୍ବରୁ ସମ୍ପୃକ୍ତ ବିଦ୍ୟାଳୟ ତରଫରୁ ଆବଶ୍ୟକ ରେଜୁଲେସନ ଆଣିବା ପାଇଁ କୁହାଯାଇଛି। କାଗଜ ପତ୍ର ଠିକ୍‌ ହୋଇସାରିବା ପରେ ଅର୍ଥ ଉଠାଣ ହୋଇପାରିବ ବୋଲି ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଏବିଇଓ ସଞ୍ଜୟ କୁମାର ପଲେଇ ପ୍ରକାଶ କରିଛନ୍ତି। ‌ତେବେ, ଏକକାଳୀନ ସବୁ ସ୍କୁଲକୁ ଅର୍ଥ ପଇଠ କରା ନଯାଇ ପର୍ଯ୍ୟାୟ କ୍ରମେ କ୍ଲଷ୍ଟରସ୍ତରୀୟ ସ୍କୁଲକୁ ବ୍ୟାଙ୍କ୍‌ ଅର୍ଥ ଯୋଗାଇଦିଆଯିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏବେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟ ହେବ। ଏଥିପାଇଁ କେନ୍ଦ୍ର ସରକାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରେ ଏହି କାରବାର ପାଇଁ ଚୟନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe