ଘୁମୁସର ଉଦୟଗିରିକୁ ଉପଖଣ୍ଡ କରିବା ନିମନ୍ତେ ପ୍ରତିଶ୍ରୁତି ଦେଉଛି: ବିଜେପିର କନ୍ଧମାଳ ଲୋକସଭା ପ୍ରାର୍ଥୀ

ଘୁମୁସର ଉଦୟଗିରିକୁ ଉପଖଣ୍ଡ କରିବା ନିମନ୍ତେ ପ୍ରତିଶ୍ରୁତି ଦେଉଛି: ବିଜେପିର କନ୍ଧମାଳ ଲୋକସଭା ପ୍ରାର୍ଥୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିକୁ ଉପଖଣ୍ଡ କରିବା ନିମନ୍ତେ ପ୍ରତିଶ୍ରୁତି ଦେଉଛି। ଏହାସହ ଏହି ଅଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଯଥା ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ କୃଷିର ବିକାଶ ପାଇଁ ଉଦ୍ୟମ କରିବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ସ୍ୱପ୍ନ ସାକାର ନିମନ୍ତେ ସମସ୍ତ ସହଯୋଗର ଆବଶ୍ୟକତା ରହିଛି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଏକ ବିକଶିତ ଜିଲ୍ଲାରେ ପରିଗଣିତ କରିବା ନିମନ୍ତେ ମୋର ଉଦ୍ୟମ ଜାରି ରହିବ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି)ର କନ୍ଧମାଳ ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଏହା କହିଛନ୍ତି। ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଘୁମୁସର ଉଦୟଗିରି ହେଉଛି ଅଞ୍ଚଳବାସୀଙ୍କ ନ୍ୟାର୍ଯ୍ୟ ଦାବି। ଏହି ଦାବି ଦୀର୍ଘ ବର୍ଷର।

କନ୍ଧମାଳ ଲୋକସଭା ପାଇଁ ସୁକାନ୍ତ ପାଣିଗ୍ରାହୀଙ୍କ ନାମ ବିଜେପି ଘୋଷଣା କରିବା ପରେ ଫୁଲବାଣୀ ସମେତ ବିଭିନ୍ନ ସ୍ଥାନରେ ତାଙ୍କ ପ୍ରାର୍ଥୀତ୍ବକୁ ନେଇ ଦଳୀୟ କର୍ମୀମାନେ ବିରୋଧ କରିଥିଲେ। ତେବେ ବିରୋଧ ସତ୍ତ୍ୱେ ସୁକାନ୍ତ ପାଣିଗ୍ରାହୀ କନ୍ଧମାଳ ସଂସଦୀୟ କ୍ଷେତ୍ର ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି। ଆଜି ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ବେଳେ ତାଙ୍କୁ କଳିଙ୍ଗା ଠାରେ କିଛି ଲୋକଙ୍କୁ ଭେଟି ଥିଲେ। ଏହି ପରିପ୍ରେକ୍ଷୀରେ ଲୋକେ ସାଂସଦ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ। ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଦଳୀୟ କର୍ମୀଙ୍କ ସହ ମିଶିବା ସହ ଗାଁ ଗାଁରେ ସାଧାରଣ ଭୋଟରଙ୍କ ମିଶି ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe