‘ଇଚ୍ଛାଶକ୍ତି, ଆତ୍ମବିଶ୍ବାସ ଓ ଭାଗ୍ୟ ମଣିଷକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଏ’: ଜଷ୍ଟିସ୍‌ ଜି.ବି.ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ଦ ଗାଉନ୍‌ ଆଣ୍ଡ ଦ ଗାଭେଲ୍‌’ ଉନ୍ମୋଚିତ

Advertisment

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କିଛି କାମନା ଥାଏ, ହତାଶା ବି ଥାଏ। କିନ୍ତୁ ଭାଗ୍ୟ ତାକୁ ତାର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଏ। ଜୀବନରେ କିଛି କରିବାକୁ ଇଚ୍ଛା ଥିଲେ ମଣିଷ ତାହା କରିପାରିବ। ନିଜ ଭିତରେ ଥିବା ଆତ୍ମବିଶ୍ବାସକୁ ବଳ କରି ଲକ୍ଷ୍ୟ ପଥରେ ବଢ଼ିଲେ...

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କିଛି କାମନା ଥାଏ, ହତାଶା ବି ଥାଏ। କିନ୍ତୁ ଭାଗ୍ୟ ତାକୁ ତାର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଏ। ଜୀବନରେ କିଛି କରିବାକୁ ଇଚ୍ଛା ଥିଲେ ମଣିଷ ତାହା କରିପାରିବ। ନିଜ ଭିତରେ ଥିବା ଆତ୍ମବିଶ୍ବାସକୁ ବଳ କରି ଲକ୍ଷ୍ୟ ପଥରେ ବଢ଼ିଲେ...

fsfsfhfh

କଟକ: ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କିଛି କାମନା ଥାଏ, ହତାଶା ବି ଥାଏ। କିନ୍ତୁ ଭାଗ୍ୟ ତାକୁ ତାର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଏ। ଜୀବନରେ କିଛି କରିବାକୁ ଇଚ୍ଛା ଥିଲେ ମଣିଷ ତାହା କରିପାରିବ। ନିଜ ଭିତରେ ଥିବା ଆତ୍ମବିଶ୍ବାସକୁ ବଳ କରି ଲକ୍ଷ୍ୟ ପଥରେ ବଢ଼ିଲେ, ସଫଳତା ପାଇଁ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ଓ ସହଯୋଗ ଆବଶ୍ୟକ ପଡ଼ିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋପାଳବଲ୍ଲଭ ପଟ୍ଟନାୟକ। ରେଭେନ୍ସା ବିଶ୍ବବିଦ୍ୟାଳୟର ସେଭେନ୍ ପିଲାର୍ସ ଆନେକ୍ସ-୧ରେ ଆୟୋଜିତ ଆତ୍ମଜୀବନୀ ପୁସ୍ତକ ‘ଦ ଗାଉନ୍‌ ଆଣ୍ଡ ଦ ଗାଭେଲ୍‌’ର ଉନ୍ମୋଚନ ଉତ୍ସବରେ ଜଷ୍ଟିସ୍‌ ପଟ୍ଟନାୟକ କହିଛନ୍ତି ଯେ ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ମଣିଷକୁ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚାଏ।   

ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ, ସମାଜର ସଫଳ ବ୍ୟକ୍ତିଙ୍କ ଆତ୍ମଜୀବନୀ ପୁସ୍ତକ ସମକାଳୀନ ଇତିହାସ କହିଲେ ଭୁଲ ହେବ ନାହିଁ। ଏହି ପୁସ୍ତକ ମାଧ୍ୟ‌ମରେ ଆଗାମୀ ପିଢ଼ି ନିକଟରେ ନିକଟ ଅତୀତର ସଂଘର୍ଷ ଓ ସଫଳତାର ବିଷୟ ପହଞ୍ଚି ପାରିବ। ଆତ୍ମଜୀବନୀ ପୁସ୍ତକ ସମକ‌ାଳୀନ ଇତିହାସକୁ ସମୃଦ୍ଧ କରିବାରେ ବିଶେଷ ସହାୟକ ହେବ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଜଷ୍ଟିସ୍‌ ପଟ୍ଟନାୟକ ଜଣେ ସାଧାରଣ ପରିବାରରେ ଜନ୍ମଗ୍ରହଣ କରି ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ହୋଇଥିଲେ। ସେ ଡାକ୍ତର ହେବାକୁ ଇଚ୍ଛା ରଖିଥିଲେ। ମାତ୍ର ଭାଗ୍ୟ ତାଙ୍କୁ ଆଇନଜୀବୀ କରି ଏଥିରେ ଚରମ ସଫଳତା ଦେଇଛି। ଜଷ୍ଟିସ୍‌ ପଟ୍ଟନାୟକ ଡାକ୍ତର ହୋଇଥିଲେ ଓଡ଼ିଶା ଜଣେ ଡାକ୍ତରଙ୍କୁ ପାଇଥାନ୍ତା। ମାତ୍ର ଓଡ଼ିଶାର ଜଣେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବାରୁ ବଞ୍ଚିତ ହୋଇଥାନ୍ତା। ଆଜିର ଯୁବ ପିଢ଼ିଙ୍କ ମଧ୍ୟରେ ହତାଶାଭାବ ବଢ଼ିଛି।

ପ୍ରତ୍ୟେକ ଦିନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବାର ଖବର ପଢ଼ିବାକୁ ମିଳୁଛି। ପରିବାରର ଚାପରେ ସେମାନେ ଏପରି କରୁଥିବା ବେଳେ ଅଭିଭାବକମାନେ ଏଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଡ୍‌ଭୋ‌କେଟ୍‌ ଜେନରାଲ୍‌ ବିଜୟକୃଷ୍ଣ ମହାନ୍ତି ଯୋଗଦେଇ ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କ ଆତ୍ମଜୀବନୀ ପୁସ୍ତକ ଉପରେ ନିଜ ମତ ରଖିଥିଲେ। ସଭାରେ ଅନ୍ୟତମ ଅତିଥି ଭାବେ ନିୟୋଗି ବୁକ୍ସ ପବ୍ଲିକେସନ୍‌ର ଅଧ୍ୟକ୍ଷ ପ୍ରଫେସର ନିର୍ମଳକାନ୍ତି ଭଟ୍ଟାଚାର୍ଯ୍ୟ ଯୋଗଦେଇ ପୁସ୍ତକ ପ୍ରକାଶନ ଉପରେ କହିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସୋମା ମହାପାତ୍ର ମଞ୍ଚ ପରିଚଳାନା କରିଥିବା ବେଳେ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ‌ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe