ରାଜ୍ୟସଭାର ୫ ସଦସ୍ୟ ଜିତିଲେ

୧୬ ମନ୍ତ୍ରୀ ଜିତିଲେ, ଜଣେ ହାରିଲେ, ମନ୍ତ୍ରୀ ପଦ ହରାଇ ବି ୭ ଜଣ ବିଜୟ ମୁକୁଟ ପିନ୍ଧିଲେ

ରାଜନୈତିକ ଦଳ ଦାଖଲ କଲେ ବାର୍ଷିକ ଆୟବ୍ୟୟ ହିସାବ: ୨୪୦କୋଟିରୁ  ଅଧିକ ଟଙ୍କାର ଚାନ୍ଦା ସଂଗ୍ରହ କରିଛି ବିଜୁ ଜନତା ଦଳ

eodishasamachar.com

ଏଥର ନିର୍ବାଚନରେ ରାଜ୍ୟସଭାର ୬ ଜଣ ସଦସ୍ୟ ବିଜେଡି ଟିକେଟ୍‌ରେ ନିର୍ବାଚନକୁ ଓହ୍ଲାଇଥିଲେ। ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ଓ ସରୋଜିନୀ ହେମ୍ବ୍ରମ ବିଜୟ ମୁକୁଟ ପିନ୍ଧିଛନ୍ତି। ସେହିପରି ଲୋକସଭା ନିର୍ବାଚନ‌େର ପ୍ରାର୍ଥୀ ହୋଇଥିବା ଅଚ୍ୟୁତ ସାମନ୍ତ ଓ ଅନୁଭବ ମହାନ୍ତି ବିଜୟ ଲାଭ କରିଛନ୍ତି। କେବଳ ଜଣେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଲୋକସଭା ଆସନରୁ ପରାଜିତ ହୋଇଛନ୍ତି। ତେଣୁ ରାଜ୍ୟସଭାରେ ଓଡ଼ିଶାର ୫ଟି ଆସନ ଖାଲି ହୋଇଥିବା ସ୍ପଷ୍ଟ ହୋଇଛି।

୧୬ ମନ୍ତ୍ରୀ ଜିତିଲେ, ଜଣେ ହାରିଲେ

ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ୧୮ ମନ୍ତ୍ରୀଙ୍କ ମଧ୍ୟରୁ ୧୭ ଜଣ ଏଥର ଟିକେଟ୍‌ ନେଇଥିଲେ। ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ନବରଙ୍ଗପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲା ବେଳେ ଅନ୍ୟ ୧୬ ଜଣ ବିଧାନସଭା ପ୍ରାର୍ଥୀ ହୋଇଥିଲେ। ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନିର୍ବାଚନମଣ୍ଡଳୀ ଶେଷ ମୂହୁର୍ତ୍ତରେ ବଦଳିଥିଲା। ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ଜୟଦେବ ପରିବର୍ତ୍ତେ ତ‌ାଙ୍କୁ କେନ୍ଦ୍ରାପଡ଼ାରୁ ପ୍ର‌ାର୍ଥୀ କରାଯାଇଥିଲା। ଜଣେ ମାତ୍ର ମନ୍ତ୍ରୀ ମହେଶ୍ବର ମହାନ୍ତି ପୁରୀରେ ହାରିଯାଇଛନ୍ତି। ଜିତିଥିବା ୧୬ ମନ୍ତ୍ରୀ ହେଲେ ବଦ୍ରିନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ସାମଲ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଜେନା, ରମେଶ ଚନ୍ଦ୍ର ମାଝୀ, ଶଶିଭୂଷଣ ବେହେରା, ସୂର୍ଯ୍ୟ ନାରାୟଣ ପାତ୍ର, ଉଷା ଦେବୀ, ଅନନ୍ତ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଚନ୍ଦ୍ରସାରଥୀ ବେହେରା, ନୃସିଂହ ଚରଣ ସାହୁ, ସ୍ନେହାଙ୍ଗିନୀ ଛୁରିଆ ଓ ସୁଶାନ୍ତ ସିଂହ। ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ନିଜ ଆସନ ଛାଡ଼ି ଦେଇଥିବା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପୁଅକୁ ବିଜୟୀ କରାଇପାରିଛନ୍ତି। ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ ଓ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ ଜିତିଯାଇଛନ୍ତି।

ମନ୍ତ୍ରୀ ପଦ ହରାଇ ବି ୭ ଜଣ ବିଜୟ ମୁକୁଟ ପିନ୍ଧିଲେ

ବିଭିନ୍ନ ସମୟରେ ନବୀନଙ୍କ ଚତୁର୍ଥ ପାଳିରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ଅତନୁ ସବ୍ୟସା‌ଚ୍ଚୀ ନାୟକ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ସୁଦାମ ମାରାଣ୍ଡି, ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମହାରଥୀ ଓ ପ୍ରଦୀପ ପାଣିଗ୍ରାହୀ ବିଜୟ ମୁକୁଟ ପିନ୍ଧିଛନ୍ତି। ତିନି ଜଣ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା, ପୁଷ୍ପେନ୍ଦ୍ର ସିଂହଦେଓ ଓ ସଞ୍ଜୟ ଦାସବର୍ମାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ଯୋଗେନ୍ଦ୍ର ବେହେରା ଟିକେଟ୍‌ରୁ ବଞ୍ଚିତ ହୋଇଥିଲେ। ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇ ପରାଜୟ ‌ବରଣ କରିଛନ୍ତି। ଇସ୍ତଫା ଦେଇଥିବା ଆଉ ଜଣେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ବି ସେ ଏଥର ପ୍ରାର୍ଥୀ ହୋଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe