ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ଓଡିଶାର ରାଜନୀତି ସରଗରମ। ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶାର ନଂ-୧ ଏଫ୍ ଏମ୍ ଚ୍ୟାନେଲ୍ ରେଡିଓ ଚକ୍ଲେଟ୍ରେ ଆରମ୍ଭ କରାଯାଇଛି, ‘ମୁଁ ସରପଞ୍ଚ’ ପ୍ରତିଯୋଗିତା। ଏହି ନିଆରା ପ୍ରତିଯୋଗିତାରେ ୮ରୁ ୧୨ ବର୍ଷ ବୟସର ପିଲାମାନେ ଭାଗ ନେଇପାରିବେ। ପ୍ରତିଯୋଗିତାର ବିଷୟବସ୍ତୁ ରହିଛି, ଯଦି ପିଲାମାନେ ସରପଞ୍ଚ ହୁଅନ୍ତି ତେବେ ନିଜ ଅଞ୍ଚଳର ଉନ୍ନତି କେମିତି କରିବେ। ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ପ୍ରତିଯୋଗୀମାନେ ନିଜକୁ ଭଲ ଭାବେ ନେତା ବେଶରେ ସଜେଇ ୩୦ ସେକେଣ୍ଡର ଗୋଟିଏ ସୁନ୍ଦର ଭିଡିଓ ପ୍ରସ୍ତୁତ କରି ରେଡିଓ ଚକ୍ଲେଟ୍ ର ୱାଟ୍ସ୍ଆପ୍ ନମ୍ବର ୮୯୦୮୦୨୦୧୦୪ କୁ ପଠାଇ ପାରିବେ। ଏହି ପ୍ରତିଯୋଗିତା ବିଷୟରେ ଅଧିକ ଜାଣିବା ପାଇଁ ରେଡିଓ ଚକ୍ଲେଟ୍ ଶୁଣିବାକୁ ଅନୁରୋଧ କରାଯାଇଛି।
‘ମୁଁ ସରପଞ୍ଚ’ରେ ଭାଗ ନେଇ ଜିତନ୍ତୁ ପୁରସ୍କାର
Advertisment
Follow Us