Deccan Herald
ଜୟପୁର: କୋରାପୁଟ ଜିଲ୍ଲା ଜୟପୁରର ଦଶହରା ମହୋତ୍ସବକୁ ଦୃଷ୍ଟିରେ ରଖି ମଦ ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ନବମୀ ଓ ଦଶମୀ ଦୁଇ ଦିନ ଧରି ସହରରେ ସରକାରୀ ଦେଶୀ ଓ ବିଦେଶୀ ମଦ ବିକ୍ରି ଉପରେ କଟକଣା ଜାରୀ କରାଯାଇଛି। ତେବେ ପ୍ରଶାସନ ପତ୍ର ପତ୍ରରେ ଯାଉଥିବା ବେଳେ ବେପାରୀମାନେ ଡାଳରେ ଡାଳରେ ଯାଇ ସରକାରୀ ଦେଶୀ ଓ ବିଦେଶୀ ମଦ ଜମା କରି ରଖିଥିବା ସୂଚନା ମିଳିଛି। ଅକ୍ଟୋବର ୨୩ ତାରିଖ ଠାରୁ ଚଢ଼ାଦରରେ ଚୋରୀରେ ବିକ୍ରି କରିବା ଆରମ୍ଭ କରିବା ସମ୍ଭାବନାକୁ ଏଡାଇ ହେବ ନାହିଁ। ସଂପ୍ରତି ସହରର ସବୁ ଗଳିର ଛୋଟ ବଡ ପାନ ଦୋକାନ ଆଦିରେ ବି ବିକ୍ରି ହେଉଥିବା ବେଳେ ଏସବୁ ସ୍ଥାନରେ ବି ଜାମ ରହିଥିବା ସୂଚନା ମିଳିଛି।
ଏଭଳିକି ଦେଶୀ, ବିଦେଶୀ ଓ ନକଲି ବିଦେଶୀ ମଦ ବ୍ୟବସାୟକୁ ନେଇ ଜୟପୁର ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ସଂପ୍ରତି କଟକଣା ବ୍ୟବସାୟୀଙ୍କୁ ଯଦିଓ ଦୋକାନ ବନ୍ଦ କରିବାକୁ ପଡ଼ୁଥିବାରୁ ୨ଦିନର କ୍ଷତି ସହିବାକୁ ପଡ଼ି ପାରେ। କିନ୍ତୁ ଦୋକାନ ଗୁଡିକରେ କାମ କରୁଥିବା କର୍ମଚାରୀମାନେ ବିଭିନ୍ନ ଆଡ୍ଡାକୁ ବି ଦେଶୀ ଓ ବିଦେଶୀ ମଦ ବୋହି ନେଇ ସାରିଛନ୍ତି। ସହରର କିଛି ବସ୍ତି ଓଗ୍ରାମାଂଚଳରେ ମଦ ମାପିଆମାନେ ଆସ୍ଥାନ ଜମାଇ ଏହି ବ୍ୟବସାୟକୁ ଅନାୟସରେ ଜାରି ରଖିଛନ୍ତି। ୨ଦିନିଆ ବନ୍ଦ ସୁଯୋଗରେ କିଛି ନ୍ୟାସ୍ତସ୍ବାର୍ଥ ବ୍ୟବସାୟୀମାନେ ବିଭିନ୍ନ ଗାଁରେ ବିଷାକ୍ତ ୟୁରିୟା ଓ ଏସିଡ ମିଶା ଦେଶୀ ମଦ, ନକଲି ବିଦେଶୀ ମଦ ବ୍ୟାପକ ପରିମାଣର ବିକ୍ରି କରୁଛନ୍ତି।
ସେପରି କିଛି କୁଚିଆ ବ୍ୟବସାୟୀମାନେ ସରକାରୀ ମଦ ଭାଟିରୁ ଅଳ୍ପ କିଛି ଲିଟର ଦେଶୀ ମଦ ଆଣି ବଳକା ଚୋରା ବିଷାକ୍ତ ମଦ ଆଣି ବିକ୍ରି କରୁଛନ୍ତି। ସେଭଳି ବିଦେଶୀ ମଦ ଦୋକାନ ଗୁଡିକ ମଧ୍ୟ ନିଜ ଦୋକାନରେ ହିଁ ଖୁଚୁରା ଭାବେ ବିକ୍ରୀ କରିବାକୁ ଅନୁମତି ଦେଇଥିଲେ ହେଁ ସେମାନେ ବ୍ୟବସାୟୀକ ଦୃଷ୍ଟିକୋଣରୁ କିଛି ଗ୍ରାମା˚ଚଳର ବ୍ୟବସାୟୀ, ଡାବା ହୋଟେଲ, ହୋଟେଲ ମାଲିକଙ୍କୁ ବିକ୍ରୀ କରୁଛନ୍ତି। ଏହି ସୁଯୋଗରେ କିଛି ନ୍ୟାସ୍ତ ସ୍ବାର୍ଥ ବ୍ୟବସାୟୀ ନକଲି ଛାପା ଲଗାଇ ବିଦେଶୀ ମଦ ଅସଲି ମଦ ସହ ମିଶାଇ ଏବେ ବଜାରକୁ ଛାଡୁଥିବା ସୂଚନା ମିଳିଛି। ନକଲି ଏବ˚ ବିଷାକ୍ତ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତ କରି ଲୋକଙ୍କୁ ଭକୁଆ ବନାଇବା ସହ ସେମାନଙ୍କ ସ୍ବାସ୍ଥ୍ୟ ଓ ଜୀବନ ସହ ବି ଖେଳାଯାଉଛି। ତେବେ ଏହା ଅଧିକା ନିଶା ଦେଉଥିବାରୁ ମଦୁଆମାନେ ବି ଏହାକୁ ହିଁ କିଣି ପିଇବାକୁ ଉଚିତ ମଣୁଛନ୍ତି।
ପୂଜା ପୂର୍ବରୁ ସଦରଥାନା, ଟାଉନଥାନା ଓ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ୟାପକ ଭାବେ ଦେଶୀ ଭାଟି ଗୁଡିକ ଚଢ଼ାଉ କରି ବ୍ୟାପକ ପରିମାଣର ମଦ ନଷ୍ଟ କରିସାରିଛି। ତେବେ ଏହାକୁ ରୋକିବାକୁ ଯେଭଳି ବ୍ୟାପକ ପଦକ୍ଷେପ ନିଆଯିବା କଥା ନିଆଯାଇ ହେଉନି। ଫଳ ସ୍ବରୁପ ଦିନକୁ ଦିନ ଏହି ବ୍ୟବସାୟର ରୁପ ଭିନ୍ନ ନେଇ ସାରିଛି। ଆସନ୍ତା ଦିନରେ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ଗୁଡିକ ନିଜ ନିଜର ଗ୍ରାମାଂଚଳ ଓ ସହରାଂଚଳର କୁଜିନେତାଙ୍କ ମାଧ୍ୟମରେ ଏହି ଦେଶି, ବିଦେଶୀ ଓ ନକଲି ବିଦେଶୀ ମଦକୁ ସଂଗ୍ରହ କରି ଜମା କରି ଲୁଛାଇ ରଖିଥିବା ବି କିଛି ରାଜନୈତିକ ଦଳର ନେତା ମାନେ କହିଛନ୍ତି। ବେଳେ ବେଳେ ପୁଲିସ ଓ ଅବକାରୀ ବିଭାଗ ଯଦିଓ ଚଢ଼ାଉ କରୁଥିଲେ ହେଁ ଯେଭଳି ସଫଳତା ମିଳିବା କଥା ମିଳୁନଥିବା ପଛରେ ଉଭୟ ବିଭାଗର କିଛି କର୍ମଚାରୀ ଏହି ଅସାଧୁ ମଦ ବ୍ୟବସାୟୀଙ୍କ ସହ ଭିତିରିଆ ସଲାସୁତୁରା କରିଥିବା ଘଟଣାକୁ ବି ଏଡାଇ ଦେଇ ହେବ ନି ବୋଲି ବି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
Follow Us