Image Courtesy: India News
ରାୟଗଡ଼ା: ଦିନକୁ ଦିନ ରାୟଗଡ଼ା ସହର ଶୃଙ୍ଖଳିତ ବାତାବରଣରୁ ବିଶୃଙ୍ଖଳିତ ହେବାରେ ଲାଗିଛି। ଏହାର ଅନେକ କାରଣ ରହିଛି। ସେଥିମଧ୍ୟରୁ ମୁଖ୍ୟ କାରଣ ରହିଛି ମଦ।ରାସ୍ତା ଉପରେ ଲୋକେ ମଦ ପିଉଛନ୍ତି। କିଏ ଯଦି ଏହାର ପ୍ରତିବାଦ କିମ୍ବା ବିରୋଧ କରେ ତେବେ ମଦୁଆମାନେ ମାରପିଟ ଓ ଗଣ୍ଡଗୋଳ କରୁଛନ୍ତି। ଗତ କିଛି ଦିନ ଧରି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶା ନିବାରଣ ପାଇଁ ସଚେତନତା ରଥ ସହର ସାରା ପରିକ୍ରମା କରି ବୁଲୁଥିବା ବେଳେ ଏହା ଖାଲି ପ୍ରଚାରରେ ହିଁ ସୀମିତ ରହିଗଲା। ଦିନକୁ ଦିନ ସହରରେ ବଢୁଛି ମଦ୍ୟପଙ୍କ ସଂଖ୍ୟା। ମୁଖ୍ୟ ରାସ୍ତା, ସାହି, ଗଳି କନ୍ଦି, ମାର୍କେଟ, ଦୋକାନ ବଜାର ଯେଉଁଠି ଦେଖିବ ଡିସ୍ପଜଲ୍ ଗ୍ଲାସ୍ ଓ ପାଣି ପାଉଚ୍ ଧରି ମଦୁଆମାନେ ମଦ ପିଉଥିବା ଦେଖିବା ପାଇଁ ମିଳୁଛି।
ଜିଲ୍ଲା ପୁଲିସ ପକ୍ଷରୁ କୌଣସି ପ୍ରକାର କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ବେଳେ ଅବକାରୀ ବିଭାଗ ମଧ୍ୟ ଏହି ଦିଗରେ ହାତ ଉପରେ ହାତ ପକେଇ ଚୁପ୍ ହୋଇ ବସିଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଅନ୍ୟପଟେ ରାୟଗଡ଼ର ପ୍ରବେଶ ପଥରୁ ଆରମ୍ଭ କରି ଶେଷ ହେବା ପର୍ଯ୍ୟନ୍ତ ଏବଂ ସହର ମଝିରେ ଯେଉଁ କୋଣକୁ ଆଖି ବୁଲାଇବ ସେହି କଣରେ ମଦ ଦୋକାନ ଖୋଲିବା ଦ୍ବାରା ମଦ ପିଇ ସାରିବା ପରେ ହିଁ ସୃଷ୍ଟି ହେଉଛି ନାହିଁ ନ ଥିବା କାରନାମା। ଯଥାଶୀଘ୍ର ଜିଲ୍ଲା ପୁଲିସ୍ ପ୍ରଶାସନ ଏହି ଦିଗରେ ଯଦି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରେ ଆଗାମୀ ଦିନରେ ଏହି ମଦ ଦୋକାନ ଏବଂ ମଦ୍ୟପମାନଙ୍କର ବିଶୃଙ୍ଖଳା ଯୋଗୁଁ ଲୋକେ ରାସ୍ତା ଉପରେ ଚାଲିବାକୁ ଭୟ କରିବେ ବୋଲି ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରି କହିଛନ୍ତି।
ରାୟଗଡ଼ ସହରର ମୁଖ୍ୟତଃ ଜନଗହଳି ସ୍ଥାନମାନଙ୍କରେ ହିଁ ମଦ ଦୋକାନଗୁଡ଼ିକ ଛତୁ ଫୁଟିଲା ଭଳି ଖୋଲାଯାଇଛି।ଯାହାଦ୍ଵାରା ସକାଳ ହେଉ କିମ୍ଵା ସନ୍ଧ୍ୟା ହେଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ।ରାୟଗଡ଼ ସହର ମୁଖ୍ୟ ଶାଖା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ, ମେଡିକାଲ ନିକଟରେ, ଦୈନିକ ବଜାର ସମେତ ଅନେକ ଗୁଡ଼ିଏ ସରକାରୀ ଓ ବେସରକାରୀ କାର୍ଯ୍ୟଳୟଗୁଡ଼ିକ ପାଖରେ ଖୋଲାଯାଇଛି ମଦ ଦୋକାନ। ଏପରିକି ରାୟଗଡ଼ ଅଧିଷ୍ଠାତ୍ରୀ ଦେବୀ ମା‘ ମଝିଘରିଆଣି ମନ୍ଦିର ପାଖରେ ଅନେକ ମଦ ବ୍ୟବସାୟୀ ମଦ ବିକ୍ରି କରୁଥିବାର ନଜରକୁ ଆସୁଛି। ଏଥିରୁ ବିରକ୍ତ ହୋଇ ସ୍ଥାନୀୟ ଲୋକଙ୍କୁ ଆସୁଥିବା ସଂପର୍କରେ ଶ୍ରଦ୍ଧାଳୁମାନେ ଗୁହାରି କରୁଥିବାର ଦେଖିବାକୁ ମିଳୁଛି। କଣ ରାୟଗଡ଼ ସହର ମଦ୍ୟପଙ୍କ ସହର ପାଲଟିଯିବ କି ବୋଲି ସଧାରଣ ଜନତା ପ୍ରଶ୍ନ କରୁଛନ୍ତି। ତୁରନ୍ତ ମଦ ରାସ୍ତାଘାଟରେ ମଦ ପିଆଯାଉଥିବା ସ୍ଥାନଗୁଡିକରେ ଚଢାଉ କରାଯାଇ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ଅବକାରୀ ବିଭାଗ ପକ୍ଷରୁ ଦୃଢ଼ କର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ୍ ହେବ ବୋଲି ସାଧାରଣ ରେ ଦାବି ହୋଇଛି।
Follow Us