The Skills Portal
ଜୟପୁର: ଗତ କିଛି ଦିନ ହେବ ଜୟପୁର ଉପଖଣ୍ତର ଜୟପୁର ସହର ସମେତ ବୋରିଗୁମ୍ମା, ଜୟପୁର ବ୍ଲକର ଛୋଟ ବଡ ଗାଁରେ ଥିବା ପାନ ଦୋକାନ ସହ ଘର ଗୁଡିକରେ ଲୁଛାଛପାରେ ଦେଶୀ, ବିଦେଶୀ ମଦ ଚୋରାରେ ବିକ୍ରୀ ହେଉଛି। ଏହା ସହ ଛତୁ ପୁଟିଲା ଭଳି ଚିକେନ ପକଡା ଦୋକାନ ବି ଖୋଲି ଯାଇଛି। ଫଳସ୍ବରୁପ ଗ୍ରାମା˚ଚଳରେ ଦେଶୀ ଓ ବିଦେଶୀ ମଦର କୁଟୀର ଶିଳ୍ପ ପାଲଟିଛି। ଆମ୍ବାଗୁଡା, ବୋରିଗୁମ୍ମା, ଉମୁରୀ, ରଣ୍ଡାପାଲୀ, କୁମୁଲିପୁଟ କୁସୁମି, ଜାମୁଣ୍ଡା, ଜୟନ୍ତଗିରି, ଚାରଗାଁ ଆଦି ଗାଁରେ ବି ଦୋକାନ ସହ କିଛି ଘରେ ଏସବୁ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଲୋକେ ଦେଶି ଓ ବିଦେଶୀ ମଦ ପିଇ ଗ୍ରାମା˚ଚଳରେ ବିଭିନ୍ନ କାରଣକୁ ନେଇ ଗଣ୍ତଗୋଳ ଓ ବଚସା ଜାରି ରହିବା ସହ ଏହାକୁ ନେଇ ପରେ ବଡ ଧରଣର ଅପରାଧ ଘଟୁଛି।
ସେଭଳି ଜୟପୁର ସହରର କେସିସି ବ୍ୟାଙ୍କ ଛକରୁ ଇନ୍ଦିରା ଛକ ପର୍ଯ୍ୟନ୍ତ ଥିବା ଅଧିକା˚ଶ ପାନ ଦୋକାନରେ ଦେଶୀ ବିଦେଶୀ ମଦ ରଖି ବିକ୍ରି କରାଯାଉଛି। ସେଭଳି ବାଇପାସ୍ ରାସ୍ତାରେ ବି ଏହି ଦେଶୀ ଓ ବିଦେଶୀ ମଦ ଏବଂ ଏହା ସହ ଖାଇବା ପାଇଁ ବିଭିନ୍ନ ଖାଦ୍ୟର ଦୋକାନ ଖୋଲିଛି। ଏହି ରାସ୍ତା ଦେଇ ଯାଆସ କରୁଥିବା ବହୁ ଲୋକେ ପାନ ଦୋକାନରେ ଯାଇ ଖୁଲମ୍ ଖୁଲ୍ଲା ମଦ ପିଉଥିବା ଦେଖିବାକୁ ମିଳିଛି। ଏହି ସବୁ ସ୍ଥାନରେ ନକଲି ବିଦେଶୀ ମଦ ବିକ୍ରି ହେଉଥିବା ମଧ୍ୟ ସୂଚନା ମିଳିଛି। ଏଠାକୁ ନାବାଳକ ଓ ଛୋଟ ପିଲା ମାନେ ମଧ୍ୟ ଏସବୁ କିଣିବାକୁ ଗଲେ ଆରାମରେ ବ୍ୟବସାୟୀ ମାନେ ନିଜ ବ୍ୟବସାୟିକ ଦୃଷ୍ଟି କୋଣରୁ ଦେଇ ଦେଉଛନ୍ତି। ଏହି ରାସ୍ତା ଦେଇ ଯାଆସ କରୁଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀ, ମହିଳା ମାନେ ସଂଧ୍ୟା ନଇଁଲେ ଏହି ରାସ୍ତା ଦେଇ ଯାଆସ କରିବାକୁ ଭୟଭୀତ ହେଉଛନ୍ତି। ସେଭଳି ଗ୍ରାମା˚ଚଳରେ ବି ବ୍ୟାପକ ଭାବେ ଦେଶୀ ଓ ବିଦେଶୀ ମଦ ଦୋକାନ ପାର୍ଶ୍ବରେ ହିଁ ଚିକେନ ପକଡା ଦୋକାନ ଖୋଲା ରହୁଛି। ବେଳ ଥାଉଣୁ ପୁଲିସ, ଅବକାରୀ ଓ ପ୍ରଶାସନ ଗ୍ରାମା˚ଚଳ ଗୁଡିକରେ ଚଢ଼ାଉ ନ କଲେ ଅପରାଧକୁ ରୋକିବା ମୁସ୍କିଲ ବୋଲି ମତ ପ୍ରକାଶ ପାଇଛି।
  
 Follow Us