୫୦୦ ଲିଟର ଦେଶୀ ମଦ ସହିତ ପିକଅପ୍ ଜବତ, ୨ ଗିରଫ 

Advertisment
୫୦୦ ଲିଟର ଦେଶୀ ମଦ ସହିତ ପିକଅପ୍ ଜବତ, ୨ ଗିରଫ 
ଭଦ୍ରକ: ଅବକାରୀ ଅଧୀକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ଭଦ୍ରକ ଭ୍ରାମ୍ୟମାଣ ୟୁନିଟ୍ ପକ୍ଷରୁ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆରଡ଼ି ଛକ ନିକଟରେ  ପାଟ୍ରୋଲିଙ୍ଗ କରୁଥିବା ସମୟରେ କେଉଁଝର ଜିଲ୍ଲାରୁ ଭଦ୍ରକ ଆଡ଼କୁ ଆସୁଥିବା ଏକ ଅଶୋକ ଲେଲାଣ୍ଡ ପିକଅପ (ଓଡି-୨୨-ଭି-୯୮୫୯)କୁ ଆରଡ଼ି ଛକ ଓଭର୍ ବ୍ରିଜ୍ ନିକଟରେ ଗାଡ଼ି ସହ ୫୦୦ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସାରୋ ଗ୍ରାମରୁ ଅଜିତ୍ କୁମାର ଜେନା ଓ ଅଜୁ ଜେନାଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।
ଉକ୍ତ ଚଢ଼ାଉରେ ଏସ୍.ଆଇ ରବି ବେହେରା, ଏ.ଏସ୍‌.ଆଇ ରଶ୍ମିରେଖା ଜେନା, କନେଷ୍ଟବଳ ସୁବାସିସ୍  ରାଉତ୍,ମିଥୁନ ଜେନା, ଅଜୟ କୁମାର ଦାସ, ବିଭୂପ୍ରସାଦ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଭ୍ରାମ୍ୟମାଣ ୟୁନିଟ୍ ପକ୍ଷରୁ କେସ ନଂ: ୧୨୬/୨୪-୨୫ ମୂଳେ ମାମଲା ରୁଜ୍ଜୁ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe