ରାଉରକେଲାରେ ମାଫିଆ ସକ୍ରିୟ: ୭ ଲକ୍ଷ ଟଙ୍କାର ନକଲି ମଦ ଜବତ, ମହିଳା ଅଟକ

ରାଉରକେଲାରେ ମାଫିଆ ସକ୍ରିୟ: ୭ ଲକ୍ଷ ଟଙ୍କାର ନକଲି ମଦ ଜବତ, ମହିଳା ଅଟକ

ରାଉରକେଲା : ପୂଜାକୁ ଆଖି ଆଗରେ ରଖି ମଦ ମାଫିଆମାନେ ଏବେ ସକ୍ରିୟ ହୋଇ ଉଠିଛନ୍ତି। ଗତ ସପ୍ତାହ ରାଉରକେଲା ପାନପୋଷ ବସ୍ତିରେ ଏକ ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ଅବକାରୀ ବିଭାଗ ଚଢ଼ାଉ କରିଥିଲେ। ବିପୁଳ ପରିମାଣର ନକଲି ମଦ ଜବତ ହୋଇଥିଲା। ଆଜି ବଣାଇ ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢ଼ଉ କରି ୭ ଲକ୍ଷ ଟଙ୍କା ମୂଲ୍ୟର ନକଲି ବିଦେଶୀ ମଦ ଜବତ କରିଛନ୍ତି। ଏହା ସହ ନକଲି ମଦ ପ୍ରସ୍ତୁତ କରିବା ବହୁ ସାମଗ୍ରୀ ଜବତ କରିଛନ୍ତି। ଚୋରା ମଦ ବେପାରୀ ବଣାଇ ଅଞ୍ଚଳରେ ରେ ସକ୍ରିୟ ହୋଇ ବାହାରୁ ନକଲି ମଦ ଆଣି କେତେକ ନାମୀ ବ୍ରାଣ୍ଡର ଠିପି ଲଗାଇ ତାକୁ ବିକ୍ରି କରୁଥିଲେ। ଏହି ମଦ ଅରୁଣାଚଳ ପ୍ରଦେଶ ରୁ ଆସୁଥିବା ଜଣାପଡିଛି।

publive-image

ଖବର ପାଇ ବଣାଇ ଅବକାରୀ ବିଭାଗର ଏକ ସୂତନ୍ତ୍ର ଟିମ ବଣାଇ ଥାନାର ଭାଙ୍ଗଡ଼ିହି, ଏବଂ ଉପୁରଡା ଗ୍ରାମରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ୭୬୫ ଲିଟର ନକଲି ମଦ, ଠିପି, ଖାଲି ବୋତଲ, ଷ୍ଟିକର, ଆଦି ଜବତ ହୋଇଛି। ଅବକାରୀ ବିଭାଗ ନକଲି ମଦ କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖିଛନ୍ତି। ମୁଖ୍ୟ ମଦମାଫିଆ ଫେରାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe