ୱିଙ୍ଗ୍‌କମାଣ୍ଡର ରାଜରଂଜନ ପଟ୍ଟନାୟକଙ୍କ ପରଲୋକ

Advertisment
ୱିଙ୍ଗ୍‌କମାଣ୍ଡର ରାଜରଂଜନ ପଟ୍ଟନାୟକଙ୍କ ପରଲୋକ

କଟକ : ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ୱିଙ୍ଗ୍‌କମାଣ୍ଡର ରାଜରଞ୍ଜନ ପଟ୍ଟନାୟକଙ୍କର ଗତ ୧୧ ତାରିଖରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା।

ଭାରତୀୟ ବାୟୁସେନାରେ ୧୯୮୫ ମସିହାରେ ଯୋଗ ଦେଇ ୱିଙ୍ଗ୍‌କମାଣ୍ଡର ପଟ୍ଟନାୟକ ୨୦୦୫ରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ୍‌ଙ୍କ ଅଧୀନରେ ନୂଆଦିଲ୍ଲୀସ୍ଥିତ ଡିଫେନ୍ସ ପ୍ରୋକ୍ୟୋରମେଣ୍ଟ ବୋର୍ଡରେ କାମ କରିବା ସହ ଦେଶର ଅନ୍ୟ ରାଜ୍ୟ ସମେତ ବିଦେଶରେ ମଧ୍ୟ ପ୍ରତିରକ୍ଷା ମନ୍ତ୍ରାଳୟ ପାଇଁ ଦକ୍ଷତାର ସହ କାର୍ଯ୍ୟ କରିଥିଲେ।

ୱିଙ୍ଗ୍‌କମାଣ୍ଡର ରାଜରଞ୍ଜନ ପଟ୍ଟନାୟକ ହେଉଛନ୍ତି ପୂର୍ବତନ ବ୍ରହ୍ମପୁର ସାଂସଦ ସ୍ବର୍ଗତ ଉମାଚରଣ ପଟ୍ଟନାୟକଙ୍କ ଜ୍ୟେଷ୍ଠ ନାତି। ତାଙ୍କ ପତ୍ନୀ ଲେଫ୍‌ନାଣ୍ଟ କର୍ଣ୍ଣେଲ ଭାରତୀୟ ସ୍ଥଳ ସେନାରୁ ଅବସର ନେଇଛନ୍ତି। ଅବସରକାଳୀନ ଜୀବନରେ ସେ ଜଣେ ସଫଳ ଉଦ୍ୟୋଗପତି ହେବା ସହିତ ଜଣେ ସମାଜସେବୀ ରୂପେ ପରିଚିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe