ପଞ୍ଚାୟତ ନିର୍ବାଚନ: ବିଜୟୀ ପ୍ରାର୍ଥୀଙ୍କୁ ହରାଇ ଦେଲେ ପରାଜିତ ପ୍ରାର୍ଥୀ!

ପଞ୍ଚାୟତ ନିର୍ବାଚନ: ବିଜୟୀ ପ୍ରାର୍ଥୀଙ୍କୁ ହରାଇ ଦେଲେ ପରାଜିତ ପ୍ରାର୍ଥୀ!

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ଜନାଗଡ଼ ପଞ୍ଚାୟତର ୧୬ ନଂ ୱାର୍ଡରେ ବିଜୟୀ ହୋଇଥିବା ୱାର୍ଡମେମ୍ବର ପ୍ରାର୍ଥୀଙ୍କୁ ପରେ ହରାଇ ଦିଆ ଯାଇଥିବା ଅଭିଯୋଗ ହୋଇଛି। ସୂଚନା ଥାଉକି, ନୀଳଗିରି ବ୍ଲକର ସଜନାଗଡ଼ ପଞ୍ଚାୟତର ୧୬ନଂ ୱାର୍ଡରେ ଚଳିତ ପଞ୍ଚାୟତ ନିର୍ବାଚନରେ ୱାର୍ଡମେମ୍ବର ଭାବେ ତପନ କୁମାର ସିଂ ଓ ନାରାୟଣ ସିଂ ୨ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଉକ୍ତ ୱାର୍ଡରେ ୨୨୨ଟି ଭୋଟ ପୋଲିଂ ହୋଇଥିବା ବେଳେ ତପନ କୁମାର ସିଂ ୧୧୦ଟି ଭୋଟ ପାଇ ବିଜୟୀ ହୋଇଥିବା ଘୋଷଣା କରାଯାଇଥିବା ବେଳେ ନାରାୟଣ ସିଂ ୧୦୦ ଟି ଭୋଟ ପାଇ ପରାଜିତ ହୋଇଥିବା ନିର୍ବାଚନ ଅଧିକାରୀ ମାଇକରେ ପ୍ରଚାର କରିଥିବା କୁହାଯାଇଛି। ହେଲେ ପରବର୍ତ୍ତୀ ସମୟରେ ପରାଜିତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିବା ଶୁଣି ତପନ କୁମାର ସିଂ ନୀଳଗିରି ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏ ନେଇ ନୀଳଗିରି ବିଡିଓଙ୍କ ମତାମତ ନେବାରୁ ତଥ୍ୟ ଆଧାରରେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିବା ସେ ସୂଚନା ଦେଇଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe