୫ରୁ ଶୀତଲହରୀ! ଅଭ୍ୟନ୍ତରରେ ୧୦°, ଉପକୂଳରେ ୧୦ରୁ ୧୩° ସମ୍ଭାବନା

Advertisment
୧୪ରୁ ପୁଣି ଥଣ୍ଡା ଫେରିବ

ଭୁବନେଶ୍ୱର: ଶୀତ ଲେଉଟୁଛି। ଏଥିପାଇଁ ଅନୁକୂଳ ହେଉଛି ପାଗ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ୫ ତାରିଖ ବେଳକୁ ରାଜ୍ୟର ଅନେକ ସ୍ଥାନରେ ଶୀତଲହରୀ ପରିସ୍ଥିତି ସୃଷ୍ଟି ହେବ। ସେତେବେଳକୁ ଆଭ୍ୟନ୍ତରୀଣ ଅନେକ ସ୍ଥାନରେ ପାରଦ ୧୦° ତଳକୁ ଖସିବ। ଉପକୂଳର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ରୁ ୧୩° ମଧ୍ୟରେ ରହିବ। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବା ମୁତାବକ ଆଜି ରାଜ୍ୟର ସବୁ ସ୍ଥାନରେ ପାଗ ଶୁଖିଲା, ଆକାଶ ମେଘମୁକ୍ତ ରହିଛି। ଉତ୍ତର ପୂର୍ବ ହିମାଳୟ ଅବବାହିକା, ସିକିମରୁ ବହୁଛି ଥଣ୍ଡା ପବନ। ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୨୫ କି.ମି. ରହିଛି। ଏଣୁ ଧୀରେ ଧୀରେ ଜମି ଆସୁଛି ଥଣ୍ଡା। ଆଉ ୨/୩ ଦିନ ଭିତରେ ପ୍ରଥମେ ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ଏବଂ ପରେ ସାରା ରାଜ୍ୟରେ ଖେଳିଯିବ ଶୀତ ଲହରୀ।
ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭° ସେଲ୍‌ସିୟସ ଥିବା ବେଳେ ଦାରିଙ୍ଗିବାଡ଼ିରେ ୮° ରେକର୍ଡ ହୋଇଛି। ସେହିପରି ସୁନ୍ଦରଗଡ଼ରେ ୯°, ହୀରାକୁଦରେ ୯.୭°, କେନ୍ଦୁଝରରେ ୧୦.୩°, ଅନୁଗୁଳରେ ୧୧°, ଭବାନୀପାଟଣା, ଝାରସୁଗୁଡ଼ାରେ ୧୧.୫°, ବାରିପଦାରେ ୧୧.୬°, ବାଲେଶ୍ୱରରେ ୧୧.୯°, ସମ୍ବଲପୁରରେ ୧୨.୨°, ଢେଙ୍କାନାଳରେ ୧୨.୫°, ବଲାଙ୍ଗୀର, କଟକରେ ୧୩°, ତାଳଚେରରେ ୧୩.୪°, କୋରାପୁଟରେ ୧୩.୫°, ସୋନପୁରରେ ୧୩.୬°, ଭୁବନେଶ୍ୱରରେ ୧୪.୧° ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe