ଶୀତର ଲୁଚକାଳି ଖେଳ: ଘୁ.ଉଦୟଗିରିରେ ଖସିଲା ପାରଦ, ବଢ଼ିଲା ଶୀତ

ଶୀତର ଲୁଚକାଳି ଖେଳ: ଘୁ.ଉଦୟଗିରିରେ ଖସିଲା ପାରଦ, ବଢ଼ିଲା ଶୀତ

ଘୁ.ଉଦୟଗିରି: ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। ସହରର ତାପମାତ୍ରା ବଢୁଛି ଖସୁଛି। ଚଳିତ ବର୍ଷ ଶୀତର ପ୍ରକୋପ ସେତେ ମାତ୍ରାରେ ଅନୁଭବ ହୋଇନଥିଲେ ମଧ୍ୟ ଗତ ଦୁଇଦିନ ଭିତରେ ତାପମାତ୍ରା ୩ଡିଗ୍ରୀ ତଳକୁ ଖସି ଆଜି ୧୧ଡିଗ୍ରୀ ଥିବା ସୂଚନା ମିଳିଛି | ଲଗାତାର ସ୍ଥାନୀୟ ସହରର ତାପମାତ୍ରା ଖସିବାରେ ଲାଗିବା ସହ ଥଣ୍ଡା ବଢ଼ିବାରେ ଲାଗିଛି। ଦିନକୁ ଦିନ ପାରଦ ଖସୁଛି ଥଣ୍ଡା ବଢୁଛି। କୁହୁଡ଼ିର ବଳୟ ଭିତରେ ସାରା ଅଞ୍ଚଳ ସକାଳ ୮ଟା ପର୍ଯ୍ୟନ୍ତ ରହୁଥିବାବେଳେ ରାତି ଯେତେ ବଢୁଛି ଥଣ୍ଡା ସେତେ ବଢି ବଢି ଜାଡ ଆରମ୍ଭ ହେଉଛି। ବିଶେଷ କରି ଗରିବ ଅସହାୟ ନିରାଶ୍ରୟମାନେ ଥଣ୍ଡା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖୁବାକୁ ମିଳୁଛି। ଅନ୍ୟ ପକ୍ଷରେ ସ୍ଥାନୀୟ ସହରରେ ଯାତ୍ରୀ ଵିଶ୍ରାମଗୃହ ନ ଥିବା ହେତୁ ଯାତ୍ରୀବାହୀ ବସକୁ ଅପେକ୍ଷା କରୁଥିବା ଯାତ୍ରୀମାନେ ଥଣ୍ଡା କାକରରେ ଦୀର୍ଘ ସମୟ ଖୋଲା ଆକାଶ ତଳେ ପ୍ରବଳ ଥଣ୍ଡାରେ ବସକୁ ଅପେକ୍ଷା କରିବାକୁ ପଡୁଛି ରାତି ଏବଂ ପାହାନ୍ତିଆରେ ଯାତ୍ରୀମାନଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡୁଛି ।

publive-image

ରାସ୍ତା କଡରେ ନିଆଁ ଜାଳି ବସକୁ ଅପେକ୍ଷା କରିବାକୁ ପଡୁଛି। ଚଳିତ ବର୍ଷ ପ୍ରଥମ ଥର ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ସହର ରହିଛି ଯାହାର ଆଜିର ତାପମାତ୍ରା ୧୧ଡିଗ୍ରୀ ରେକର୍ଡ କରାଯାଇଛି। ଗତବର୍ଷ ଶୀତ ଋତୁ ସାରା ଘୁ.ଉଦୟଗିରି ସହରର ତାପମାତ୍ରା ଓଡ଼ିଶାର ସବୁଠାରୁ କମ ତାପମାତ୍ରା ରହୁଥିବା ଏବଂ ସର୍ବାଧିକ ଥଣ୍ଡାର ସହର ଭାବେ ରେକର୍ଡ ସୃଷ୍ଟି କରିଥିଲା। ଚଳିତ ବର୍ଷ ଆରମ୍ଭରୁ ପୁଣି ସେଇ ରେକର୍ଡ ଆରମ୍ଭ ହୋଇଛି। ଅନ୍ୟ ପଟେ ହଠାତ ଏବଂ ବିଳମ୍ବରେ ଶୀତର ଆଗମନ ହେତୁ ଗରମ ପୋଷାକର ବ୍ୟବସାୟ ଆରମ୍ଭ ହୋଇନି।ବିନା ଗରମ ପୋଷାକରେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ସକାଳୁ ଏବଂ ସନ୍ଧ୍ୟାରେ ସହରବାସୀ ଶୀତ ପାଇଁ ଭ୍ରମଣ କରୁଥିବା ବେଳେ ମର୍ଣ୍ଣିଙ୍ଗ ୱାକ ପାଇଁ ଅଧିକ ସଂଖ୍ୟାରେ ଯୁବ ଗୋଷ୍ଠୀ ବାହାରୁଛି। ଶୀତର ମଜା ନେବା ପାଇଁ ପର୍ଯ୍ୟଟକମାନେ ଆସୁଥିବା ବେଳେ ଥଣ୍ଡାର ମଜା ଉଠାଉଛନ୍ତି। ଆଗାମୀ ଦିନରେ ଆହୁରି ୩ ରୁ୪ ଡିଗ୍ରୀ ତଳକୁ ପାରଦ ଖସିବା ସହ ଶୀତର ପ୍ରକୋପ ବଢିବା ଆଶଙ୍କା କରିଛି ପାଣିପାଗ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe