ଥରୁଛି ଘୁ. ଉଦୟଗିରି: ଭୁବନେଶ୍ବର ସବୁଠୁ ଉତ୍ତପ୍ତ

ଫେରିଲା ଶୀତ: ୬.୪ ଡିଗ୍ରିକୁ ଖସିଲା ଘୁ.ଉଦୟଗିରି ପାରଦ

Image Courtesy of Bangalore Mirror

ଭୁବନେଶ୍ବର: ଶୀତରେ ଥରୁଛି ଘୁ. ଉଦୟଗିରି। ଆଜି ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରେକର୍ଡ ହୋଇଛି। ଏହା ତଳକୁ ୮.୫ ଡିଗ୍ରି ସହ ରହିଛି ଫୁଲବାଣୀ। ରାଜ୍ୟର କିଛି ସ୍ଥାନରେ ପ୍ରବଳ ଜାଡ଼ ଅନୁଭୂତ ହେଉଥିବା ବେଳେ ଆଉ କିଛି ସ୍ଥାନରେ ଖରାର ପ୍ରକୋପ ଦେଖାଦେଲାଣି। ଆଜି ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ଭୁବନେଶ୍ବରରେ ୩୪.୪ ଡିଗ୍ରି ରହିଥିଲା। ସେହିଭଳି ଅନୁଗୁଳରେ ଥିଲା ୩୪.୧ ଡିଗ୍ରି, ମାଲକାନଗିରି ଓ ନୟାଗଡ଼ରେ ଦିନ ତାପମାତ୍ରା ୩୪ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଏହିଭଳି ଅପରିବର୍ତ୍ତିତ ରହିବ। ଆସନ୍ତାକାଲି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ୧୭ଡିଗ୍ରି ପାଖାପାଖି ରହିବ। ଦିନରେ ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe