ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ: ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ବିଜେଡି ପ୍ରସ୍ତୁତ

Advertisment
କରୋନା ସଂକ୍ରମଣ ଯୋଗୁଁ ରାଜ୍ୟସଭା ନିର୍ବାଚନ ଘୁଞ୍ଚିଲା, ନୂତନ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ

ଭୁବନେଶ୍ୱର/ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବ। ଆଗାମୀ ଡିସେମ୍ବର ୩୧ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନର ପୂର୍ବରୁ ବିଜୁ ଜନତା ଦଳ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତ ହୋଇଛି। ଦେଶର ୧୭ଟି ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାରୁ ଗୋଟିଏ ବି ନଥିବାରୁ ବିଜେଡ଼ି ସାଂସଦମାନେ ସରକାରଙ୍କୁ ଏବାବଦରେ କହିବେ। ସେହିପରି କଟକ ବାଲିଯାତ୍ରାକୁ ହେରିଟେଜ୍‌ ମାନ୍ୟତା, ଡିଷ୍ଟ୍ରିକ୍‌ ମିନେରାଲ ଫଣ୍ଡ ଉପରୁ ଆୟକର ଉଚ୍ଛେଦ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ଫି ବୃଦ୍ଧି, ପୋଲାଭରମ ପ୍ରକଳ୍ପ, ଆବାସ ଯୋଜନାରେ ବକେୟା ରାଶି ପ୍ରସଙ୍ଗ ଉଠିବ। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏହି ସୂଚନା ଦେଇଛନ୍ତି।

ଅଧିବେଶନ ପୂର୍ବରୁ ଗୃହ ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ହୋଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ। ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ।

ଏଥିରେ ଯୋଗ ଦେଇ ବିଜେଡି ସାଂସଦ ପିନାକୀ ମିଶ୍ର ଓଡ଼ିଶାରେ ବିଧାନ ପରିଷଦ ଗଠନ ବିଲକୁ ସଂସଦର ଶୀତ ଅଧିବେଶନରେ ଆଗତ କରିବାକୁ ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ବର୍ଷ ସେପ୍ଟେଟର ମାସରେ ଓଡ଼ିଶା ବିଧାନସଭାରେ ବିଧାନ ପରିଷଦ ଗଠନ ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ବିଜେଡିର ଏହି ଦାବିକୁ ନେଇ କେନ୍ଦ୍ର ସରକାର କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe