୧୨ରୁ ଶୀତ କମିବ

Advertisment
ଗୁରୁବାରରୁ ପାଗ ଶୁଖିଲା: ଶେଷ ସପ୍ତାହରୁ ଶୀତ

Skymet Weather

ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କୌଣସି ପରିବର୍ତନ ହେବ ନାହିଁ। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ରାୟଗଡ଼ା, ନୟାଗଡ଼, କଟକ, ଜଗତ୍‌ସିଂହପୁର, ଅନୁଗୁଳ, ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ହୋଇପାରେ। ତେବେ ୧୩ ତାରିଖଠାରୁ ରାତିର ସର୍ବନିମ୍ନ ତାପମାତ୍ରା ବଢ଼ିବ ଏବଂ ଶୀତ କମିବ। ନ ‌ହେଲେ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରେକର୍ଡ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୧୨ ତାରିଖଠାରୁ ସର୍ବନିମ୍ନ ତାପମାତ୍ରା ବଢ଼ିବା ଯୋଗୁଁ ଶୀତ କମିବ। ବୁଧବାର ରାଜ୍ୟକୁ ଉତ୍ତର ଭାରତରୁ ଉତ୍ତରା ପବନ ସିଧା ବହିବା ସହ କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟ ଥିଲା। କିନ୍ତୁ ଏହି ବଳୟ ଆସନ୍ତା ୭ ଦିନ ଭିତରେ ବାରମ୍ବାର ସ୍ଥାନ ପରିବର୍ତନ କରିବା ହେତୁ ତାପମାତ୍ରା ମଧ୍ୟ ସେହି ଅନୁଯାୟୀ ପରିବର୍ତନ ହେବାର ସମ୍ଭାବନା ରହିଛି। ଅନୁମାନ କରାଯାଉଛି ଯେ ୧୨ରୁ ୧୪ ତାରିଖ ଭିତରେ ଉଭୟ ଉପକୂଳ ଓ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ଯୋଗୁଁ ଶୀତ କମିବ। ଭୁବନେଶ୍ବରରେ ୧.୫ ଡିଗ୍ରି ବଢ଼ିବାକୁ ଥିବା ବେଳେ ସୁନ୍ଦରଗଡ଼ରେ ୨.୫ ଡିଗ୍ରି ଓ ଅଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ୧୫ ଓ ୧୬ରେ ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ ଏବଂ ୧୭ରୁ କ୍ରମାଗତ ଭାବେ କମିବ। ଅଭ୍ୟନ୍ତରୀଣ ଉତ୍ତରରେ ୧୫ ତାରିଖରେ ପାଗ କୋହଲା ରହିବା ସହ ସର୍ବନିମ୍ନ ତାପମାତ୍ରା କ୍ରମଶଃ କମିବା ହେତୁ ଶୀତ ବଢ଼ିବ। ୧୫ ତାରିଖ‌ରେ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ଶିଶିରପାତ ବଢ଼ିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe