ସୋମବାରରୁ ରାଜ୍ୟରେ ବଢ଼ିବ ଶୀତ

Advertisment
୩ ଡିଗ୍ରିରେ ଥରୁଛି ଜି. ଉଦୟଗିରି

The Statesman

ଭୁବନେଶ୍ବର : ସୋମବାରଠାରୁ ରାଜ୍ୟରେ ଶୀତ ବଢ଼ିବ। ବିଭିନ୍ନ ସ୍ଥାନର ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିଯିବ। ଗତ ରାତିରେ ୪ସହରର ତାପମାତ୍ରା ୧୩ ଡିଗ୍ରି ପାଖାପାଖି ରହିଥିଲା। ୧୩.୧ ଡିଗ୍ରି ସହ କୋରାପୁଟ ସେମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଥିଲା। ଏହାବ୍ୟତୀତ ବୌଦ୍ଧରେ ୧୩.୫ ଡିଗ୍ରି, କନ୍ଧମାଳର ଜି. ଉଦୟଗିରିରେ ୧୩.୮ ଡିଗ୍ରି ଓ ଫୁଲବାଣୀରେ ୧୫.୫ ଡିଗ୍ରି ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଅପରପକ୍ଷେ, ରାଜ୍ୟର କିଛି ସ୍ଥାନରେ ଗୁରୁବାର ଦିନ କୁହୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଫୁଲବାଣୀରେ ଘନ କୁହୁଡ଼ି ପଡ଼ିଥିବା ବେଳେ ସେଠାରେ ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଥିଲା। ସେହିଭଳି ବଲାଙ୍ଗୀ‌ରରେ ୩୦୦ ମିଟର ଦୃଶ୍ୟମାନ ଦୂରତା ଥିଲା। ଭବାନୀପାଟଣା ଓ ପାରଳାଖେମୁଣ୍ଡିରେ ହାଲୁକା କୁହୁଡ଼ି ପଡ଼ିଥିଲା।

ଗତ ରାତିରେ କଟକର ସର୍ବନିମ୍ନ ତ‌ାପମାତ୍ରା ୧୯.୫ ଡିଗ୍ରି ଓ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୯ଡିଗ୍ରି ରହିଥିଲା। ଆଜି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳର ଆକାଶ ସମ୍ପୂର୍ଣ୍ଣ ନିର୍ମଳ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୨ଡିଗ୍ରି ଓ ସର୍ବନିମ୍ନ ୧୯ ଡିଗ୍ରି ରହିବ। ଆସନ୍ତା ୩ ଦିନରେ ରାଜ୍ୟରେ ବର୍ଷାର ମଧ୍ୟ ସମ୍ଭାବନା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe