ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD)ର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ଅନୁମାନ କରିଛି ଯେ ବଡ଼ଦିନ ପରଠାରୁ ଶୀତ ଲହରୀ ଅଧିକ ହେବ। ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ଆଗାମୀ ଦିନରେ ଘନ କୁହୁଡ଼ି ଲାଗି ରହିବ, ଯାହା ଦୃଶ୍ୟମାନତା, ପରିବହନ ସେବା ଏବଂ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ।

Advertisment

ବଡ଼ଦିନ ପରଠାରୁ ସାରା ଓଡ଼ିଶାରେ ଥଣ୍ଡା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଡିସେମ୍ବର ୨୫ ତାରିଖରୁ ପୁଣି ଥରେ ଥଣ୍ଡା ବଢ଼ିବ ବୋଲି ପୂର୍ବାନୁମାନ କରିଛି।

ଆହୁରି ପଢ଼ନ୍ତୁ:Picnic At Tarakera Dam: ମୁଣ୍ଡ ନେଉଛି ତରକେରା ଡ୍ୟାମ୍‌: ପାଣି ମଝିରେ ଭୋଜି

ଉତ୍ତର-ପଶ୍ଚିମ ପବନର ଥଣ୍ଡା ପ୍ରବାହ ବୃଦ୍ଧି  ଯୋଗୁ ଶୀତ ଲହରୀ ଆହୁରି ଅଧିକ ହେବାର ପୂର୍ବାନୁମାନ କରାଯାଉଛି। ପାଣିପାଗ ବିଜ୍ଞାନୀମାନେ ପଶ୍ଚିମ ବାତ୍ୟାର ପ୍ରସ୍ଥାନ ପ୍ରଭାବକୁ ତାପମାତ୍ରାରେ ହ୍ରାସ ପାଇଁ ଦାୟୀ କରିଛନ୍ତି, ଯାହା ଫଳରେ ସାରା ରାଜ୍ୟରେ ରାତିର ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି।

ଆଗକୁ ଘନ କୁହୁଡ଼ି 

ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସହିତ ପ୍ରବଳ ଥଣ୍ଡା ପରିସ୍ଥିତି ଜାରି ରହିଛି। ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ, ନିମ୍ନ ବାୟୁମଣ୍ଡଳ ସ୍ତରରେ ଆର୍ଦ୍ରତାଯୁକ୍ତ ବାୟୁ ସଞ୍ଚାଳନ ବୃଦ୍ଧି ପାଇବା ଯୋଗୁ ଆଗାମୀ ଦିନରେ କୁହୁଡ଼ି ଅଧିକ ଘନ ହୋଇପାରେ। ଯାହା ଅନେକ ଅଞ୍ଚଳରେ ଦୃଶ୍ୟମାନତାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।

ଥଣ୍ଡା ସହର କୋରାପୁଟ

ଜାଡ଼ରେ ଥରୁଛି ସାରା କୋରାପୁଟ ଜିଲ୍ଲା। ରାଜ୍ୟର ସବୁଠାରୁ ସର୍ବନିମ୍ନ ତାପମାତ୍ରା କୋରାପୁଟରେ ରେକର୍ଡ ହୋଇଛି। କୋରାପୁଟ ରେ ୫.୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। କୋରାପୁଟରେ ଚଳିତ ବର୍ଷର ସବୁଠାରୁ ସର୍ବନିମ୍ନ ତାପମାତ୍ରା ସୋମବାର ରେକର୍ଡ ହୋଇଛି। ପ୍ରବଳ ଥଣ୍ଡା ସହିତ ସକାଳ 8 ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ଦେଖାଦେଇଥିଲା।

କୁହୁଡି ବର୍ଷାରେ ରାସ୍ତା ଓଦା ହୋଇଥବା ଦେଖିବାକୁ ମିଳିଥିଲା। ପ୍ରାୟ ୨୦  ମିଟରରୁ ଅଧିକା ଦୃଶ୍ୟମାନ ହେଉନଥିଲା। ଯାନବାହାନ ଚଲାଚଳରେ ସମସ୍ୟା ସୃଷ୍ଟି ହୋଇଥିଲା। ଲୋକେ ଥଣ୍ଡାରୁ ରକ୍ଷା ପାଇଁ ନିଆଁ ଜାଳକରି ରହୁଛନ୍ତି। ଥଣ୍ଡାରେ ପ୍ରାତଃ ଭ୍ରମଣର ମଜା ନେଉଛନ୍ତି ସହର ବାସୀ।

ସେହିପରି ହିଲ ଷ୍ଟେସନ ଭାବେ ପରିଚିତ କୋରାପୁଟ ସମେତ ଲମତାପୁଟ, ନନ୍ଦପୁର, ସେମିଲିଗୁଡା, ପଟାଙ୍ଗି, ଲଷ୍ମୀପୁର ଆଦି ଅଂଚଳରେ ବି ପ୍ରବଳ ଥଣ୍ଡାରେ ଲୋକେ ଘରୁ ବାହାରି ପାରିନାହାନ୍ତି।

ଆହୁରି ପଢ଼ନ୍ତୁ:Elephant Herd Disaster:ଜନବସତି ମୁହାଁ ହାତୀପଲ: କ୍ଷତିଗ୍ରସ୍ତ ୧୦୫୩ ଗାଁ, ଉଜୁଡିଛି ୧୧୩୨ ଏକର ଫସଲ