ସୌମ୍ୟରଂଜନଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ସୌମ୍ୟରଂଜନଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ପୁରୀ: ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ଛାତ୍ର, ପୁରୀ ‘ସମ୍ବାଦ’ ପରିବାରର ସଦସ୍ୟମାନେ ଶ୍ରୀମନ୍ଦିର ସିଂହଦ୍ବାରରେ ଅଖଣ୍ଡ ଦୀପ ଜାଳିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।

ଆଜି ଅପରାହ୍ନରେ ଅନୁଷ୍ଠିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା, ମାଧବ ମହାପାତ୍ର, ବରିଷ୍ଠ ଚୁନରା ସେବାୟତ ଡ. ଶରତ ଚନ୍ଦ୍ର ମହାନ୍ତି, ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର, ସାହିତ୍ୟିକ ଶ୍ୟାମପ୍ରକାଶ ସେନାପତି, ହରିବଲ୍ଲଭ ପୁଷ୍ପାଳକ, ଚକ୍ରକୋଟ ବଳରାମ ଖୁଣ୍ଟିଆ, ଛାତ୍ର ସୌମ୍ୟରଂଜନ ପଣ୍ଡା, ହିମାଂଶୁ ଶତପଥୀ, ହିମାଂଶୁ ମିଶ୍ର, ‘ସମ୍ବାଦ’ର ଗଦାଧର ପଣ୍ଡା, ସୁମନ୍ତ ପରିଡ଼ା, ଶ୍ୟାମକାହ୍ନା ପଟ୍ଟନାୟକ, ସନ୍ତୋଷ ସାହୁ, ସନ୍ତୋଷ ବରାଳ, ହରିହର ମହାନ୍ତି, କନକ ନିଉଜ୍‌ର ସୀମାଞ୍ଚଳ ପାଢ଼ୀ, ସୁକାନ୍ତ ସ୍ବାଇଁ, ପବିତ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ସମୂହ ଦୀପଦାନ କରି ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରଥିଲେ।publive-image

ଘଟଗାଁ: ‘ସମ୍ବାଦ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଘଟଗାଁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ। ଆଜି ସନ୍ଧ୍ୟାରେ ସମ୍ବାଦ ସାହିତ୍ୟ ଘରର କର୍ମକର୍ତ୍ତା ଓ ବିଭିନ୍ନ ବ୍ୟକ୍ତିବିଶେଷ ମା ତାରିଣୀ ମନ୍ଦିର ସମ୍ମୁଖରେ ଦୀପଦାନ କରି ତାଙ୍କ ଆଶୁ‌ ଆରୋଗ୍ୟ କାମନା କରିଛନ୍ତି। ସାହିତ୍ୟ ଘର ସମ୍ପାଦକ ସୁବର୍ଣ୍ଣ କୁମାର ପଲେଇ, ସହ ସମ୍ପାଦକ ଅଶୋକ କୁମାର ନାଥଙ୍କ ତତ୍ତ୍ବାବଧାନରେ ପୂର୍ବତନ ସମିତିସଭ୍ୟ ତଥା ସମାଜସେବୀ ସୁଲିଆ ପଟ୍ଟନାୟକ, ଉଠା ଦୋକାନୀ ସଂଘ ସମ୍ପାଦକ ଭରତ ଚନ୍ଦ୍ର ପଲେଇ, ଘଟଗାଁ ବିଜେପି ମଣ୍ଡଳ ସଭାପତି ଗୋଲକ ବଳ, କାର୍ତ୍ତିକ ଚନ୍ଦ୍ର ସାହୁ, ସୁରେଶ ଭୂୟାଁ, ହୃଦୟ ରଂଜନ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe