ଅନନ୍ୟ ପ୍ରତିଭା: ତାଲିମ ନେଇ ନ ଥିଲେ ଅବସରପ୍ରାପ୍ତ ପ୍ରାଧ୍ୟାପକ ରବୀନ୍ଦ୍ରନାଥ, ବନିଗଲେ କାଷ୍ଠହସ୍ତଶିଳ୍ପୀ

Advertisment
ଅନନ୍ୟ ପ୍ରତିଭା: ତାଲିମ ନେଇ ନ ଥିଲେ ଅବସରପ୍ରାପ୍ତ ପ୍ରାଧ୍ୟାପକ ରବୀନ୍ଦ୍ରନାଥ, ବନିଗଲେ କାଷ୍ଠହସ୍ତଶିଳ୍ପୀ

ଜୟପୁର: ବୃତ୍ତି ଅଲଗା କିଛି କରୁଥିଲେ ହେଁ ମନରେ ରହିଥିବା ଇଛା ଶକ୍ତିକୁ ବଳବତ୍ତର କରି ରଖିଲେ ବିନା ଗୁରୁରେ ବି କିଛି ଅଲଗା କରି ହେବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଅନନ୍ୟ ପ୍ରତିଭାର ଅଧିକାରୀ ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ରବୀନ୍ଦ୍ରନାଥ ପଟ୍ଟନାୟକ। ଜେଇଏଲସି ଉଚ୍ଚବିଦ୍ୟାଳୟରେ ଦଶମରେ ପଢ଼ୁଥିବା ସମୟରେ ପ୍ରଥମେ ନିଜ ମଧ୍ୟରେ ରହିଥିବା ହସ୍ପଶିଳ୍ପୀକୁ ସେ ଅବିଷ୍କାର କରିଥିବା କହିଛନ୍ତି ଶ୍ରୀ ପଟ୍ଟନାୟକ। ସେ ସମୟରେ ଉତ୍କଳିକାରେ ବିକ୍ରି କରାଯାଉଥିବା ବିଭିନ୍ନ ଖଡ଼ି ପଥର ମୂର୍ତ୍ତି ଓ କାଷ୍ଠମୂର୍ତ୍ତିକୁ ଦେଖି ମନରେ କିଛି ଅଲଗା କରିବାକୁ ତାଙ୍କର ଇଛା ଜାଗ୍ରତ ହୋଇଥିଲା। ସେ ଏହାକୁ ମନରେ ନ ମାରି ନିଜ ଇଛାକୁ ବଂଚାଇ ରଖିଥିଲେ। ଘରର କିଛି କବାଟ ଓ ଝରକା କାମ କରିବାକୁ ଆସିଥିବା ବଢ଼େଇ ନିଜର ସାମଗ୍ରୀ ଛାଡ଼ି ପଳାଇଥିଲେ। ସେ ସାମଗ୍ରୀକୁ ନେଇ ସେ ପ୍ରଥମେ କାଷ୍ଠ ହସ୍ତଶୀଳ୍ପ କରିଥିଲେ। ଏହା ପରେ ସେ ଖଡିପଥରକୁ ନେଇ କିଛି ମୂର୍ତ୍ତି ତିଆରି କରିବା ସହ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ।

ଆଜିର ଶିକ୍ଷିତ ଯୁବକ ଓ ଯୁବତୀମାନେ ନିଜର ଇଛା ଶକ୍ତିକୁ ନ ମାରି ତାହାକୁ ବଳବତ୍ତର କରି ରଖିଲେ ସାଧନ ଓ ସହଯୋଗ ତା ମନକୁ ଆପେ ଆପେ ଆସିବ। ନିଜକୁ କେବଳ ଗୋଟିଏ କର୍ମରେ ସୀମିତ ନ ରଖି ଅନନ୍ୟ ହେବାକୁ ପଡ଼ିବ। ଏଥି ପାଇଁ ଧୈର୍ଯ୍ୟ, ସାହସ୍  କିଛି ନୂଆ କରିବାର ଦୃଢ଼ ‌ମନୋବଳ ବି ରହିବା ଦରକାର। 
-ରବୀନ୍ଦ୍ରନାଥ ପଟ୍ଟନାୟକ

publive-image

୧୯୭୭ମସିହାରେ ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ନିଜ ବୃତ୍ତି ଆରମ୍ଭ କରିଥିଲେ। ୧୯୮୦ ମସିହାରେ ଜୟପୁର ବିକ୍ରମଦେବ ମହାବିଦ୍ୟାଳୟ, ୧୯୯୨ମସିହାରେ ଖଲ୍ଲିକୋଟ କଲେଜ ଓ ବ୍ରହ୍ମପୁର ମହିଳା ମହାବିଦ୍ୟାଳୟ, ୧୯୯୫ମସିହାରେ ବିକ୍ରମ ଦେବ ମହାବିଦ୍ୟାଳୟ, ୨୦୦୩ମସିହାରେ ଖଲ୍ଲିକୋଟ ମହାବିଦ୍ୟାଳୟର ପିଜି ବିଭାଗ, ୨୦୦୫ରୁ ୨୦୧୨ମସିହା ପର୍ଯ୍ୟନ୍ତ ବିକ୍ରମ ଦେବ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ଅବସର ନେଇଥିଲେ ଶ୍ରୀ ପଟ୍ଟନାୟକ। ‌ ପିଲାବେଳର ରୁଚିକୁ ଇଛାଶକ୍ତିରେ ପରିଣତ କରି ତାହାକୁ ବଳବତ୍ତର କରି ରଖିଥିଲେ ଶ୍ରୀ ପଟ୍ଟନାୟକ। ସେ ବୃତ୍ତିରେ ଅଧ୍ୟାପକରେୁ ପ୍ରାଧ୍ୟାପକ ଭାବେ ଅବସର ନେଇଥିଲେ ହେଁ ଏହାରି ମଧ୍ୟରେ ବି ସେ ସମୟ ପାଇବା ବେଳେ କାଠର କଳାକୃତି କରି ଚାଳିଥିଲେ। ବୟସ ତାଙ୍କୁ ଏବେ ୭୦ବର୍ଷ ତଥାଫି ସେ ଦିନ ତମାମ ତାଙ୍କ ମନକୁ ଆସୁଥିବା ସୃଜନଶୀଳତାକୁ କାଠରେ ପରିସ୍ପୁଟିତ କରି ବିଭିନ୍ନ କଳାକୃତି କରି ଚାଳିଛନ୍ତି।

ଜନ୍ମ: ଜୟପୁର (କୋରାପୁଟ), ୧୯୫୪ ଅକ୍ଟୋବର ୧୦
ପ୍ରାଥମିକ ସ୍କୁଲ ଓ ଏକାଦଶ: ଜୟପୁର
ସ୍ନାତକ ଓ ସ୍ନାତୋକତ୍ତର: ରେଭେନ୍ସା କଲେଜ
ପରିବାର: ସ୍ତ୍ରୀ (ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷୟିତ୍ରୀ)
୨ ଝିଅ (ଗୃହିଣୀ: ଜଣେ ନୂଆଦିଲ୍ଲୀ ଓ ଅନ୍ୟ ଜଣେ ବିଶାଖାପାଟନମରେ ରହୁଛନ୍ତି)
ପୁଅ: ସଫ୍ଟୱେର ଇଞ୍ଜିନିୟର (ଆମେରିକା)

ଦୀର୍ଘ ୫୬ବର୍ଷ ମଧ୍ୟରେ ସେ ୨୦୦ଟି ହସ୍ତଶିଳ୍ପ ପ୍ରସ୍ତୁତ କରିଛନ୍ତି। ବୟସର ସାୟାହ୍ନରେ ବି ସେ ଏହାକୁ ଛାଡ଼ି ପାରି ନାହାନ୍ତି। ଆଜି ବି ନିଜ ମନକୁ ଆସୁଥିବା ସୃଜନଶୀଳତାକୁ ପରିସ୍ପୁଟିତ କରିବାରେ ଲାଗିଛନ୍ତି। ସେ ଗମ୍ଭାରୀ କାଠରେ ମୁଖ୍ୟତଃ ଏସବୁ ତିଆରି କରୁଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ଘରର କୋଣ ଅନୁକୋଣରେ ଖଡ଼ି ପଥର ଓ କାଠରେ ତିଆରି କଳାକୃତି ଭରି ହୋଇ ରହିଛି। ନିଜେ ଗୁରୁ ନିଜେ ଶିଷ୍ୟ ହୋଇ ଏତେ ସବୁ କଳାକୃତି କରିବା ତାଙ୍କ ପାଇଁ ବଡ଼ ପୁଜିଂ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ। ଆଜିର ଶିକ୍ଷିତ ଯୁବକ ଓ ଯୁବତୀମାନେ ନିଜର ଇଛା ଶକ୍ତିକୁ ନ ମାରି ତାହାକୁ ବଳବତ୍ତର କରି ରଖିଲେ ସାଧନ ଓ ସହଯୋଗ ତା ମନକୁ ଆପେ ଆପେ ଆସିବ। ନିଜକୁ କେବଳ ଗୋଟିଏ କର୍ମରେ ସୀମିତ ନ ରଖି ଅନନ୍ୟ ହେବାକୁ ପଡ଼ିବ। ଏଥି ପାଇଁ ଧୈର୍ଯ୍ୟ, ସାହସ୍  କିଛି ନୂଆ କରିବାର ଦୃଢ଼ ‌ମନୋବଳ ବି ରହିବା ଦରକାର ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe