ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ବାଇ ଲ’ ପ୍ରତ୍ୟାହାର ଲାଗି କେନ୍ଦ୍ର ସଂସ୍କୃତି ସଚିବକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

Advertisment
ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ବାଇ ଲ’ ପ୍ରତ୍ୟାହାର ଲାଗି କେନ୍ଦ୍ର ସଂସ୍କୃତି ସଚିବକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନଏମଏ)ଙ୍କ ଦ୍ବାରା ଜାରି ହୋଇଥିବା ବାଇ ଲ’ ପ୍ରତ୍ୟାହାର ପାଇଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂହଙ୍କୁ ଚିଠି ଲେଖିଛନ୍ତି।

publive-image publive-image

ଏଥିରେ ଉଲ୍ଲେଖ କରାଯାଇଛି ‘ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, ଏକାମ୍ର କ୍ଷେତ୍ରର ଶ୍ରୀ ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଯେଉଁ ବାଇ ଲ’ ପ୍ରକାଶ କରାଯାଇଛି, ତାକୁ ନେଇ ସେବାୟତ, ଭକ୍ତ ଏବଂ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଯାଏଁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଶ୍ରୀଜଗନ୍ନାଥ ମନ୍ଦିର ସମ୍ବନ୍ଧୀୟ ଐତିହ୍ୟ ବାଇ ଲ’କୁ ପ୍ରତ୍ୟାହାର କରି ନେଇଛି ଓ ବର୍ତ୍ତମାନ ଅନ୍ୟ ଦୁଇ ମନ୍ଦିରର ବାଇ ଲ’ ପ୍ରତ୍ୟାହାର କରାଯାଉ  ବୋଲି ମୁଖ୍ୟ ଶାସନ ସଚିବ ଚିଠିରେ ଲେଖିଛନ୍ତି।

ଏଯାବତ୍ ଏକାମ୍ର କ୍ଷେତ୍ରର ଏହି ଦୁଇ ମନ୍ଦିର ସମ୍ବନ୍ଧୀୟ ବିଜ୍ଞପ୍ତି ବଳବତ୍ତର ରହିଛି, ଯାହା ସେବାୟତ ଏବଂ ଭକ୍ତଙ୍କ ମନକୁ କଷ୍ଟ ଦେଉଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ଏଣ୍ଡାମେଣ୍ଟ କମିସନର ସଦସ୍ୟ ସଚିବ, ଏନଏମଏକୁ ଏକାମ୍ର କ୍ଷେତ୍ର ସମ୍ବନ୍ଧୀୟ ବିଜ୍ଞପ୍ତିର ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ବୋଲି ଶ୍ରୀ ମହାପାତ୍ର ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe