ନୂଆ ଜଙ୍ଗଲ ସରଂକ୍ଷଣ ନିୟମାବଳୀ ପ୍ରତ୍ୟାହାର କର: ସିଏସ୍‌ଡି

Advertisment

୨୮ରେ ଗଣବିକ୍ଷୋଭ

୨୮ରେ ଗଣବିକ୍ଷୋଭ

ସ୍ୱତନ୍ତ୍ର ଜିଲ୍ଲା ହେବା ତିନି ଦଶନ୍ଧି ବିତିଲା, ନିର୍ଦ୍ଧାରିତ ହୋଇପାରିଲାନି ନାମ

Odisha Bytes

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ ଜଙ୍ଗଲ ସଂରକ୍ଷଣ ନିୟମାବଳୀ-୨୦୨୨ ଜଙ୍ଗଲ ଧ୍ବଂସ କରିବା ସହ ଆଦିବାସୀ ଏବଂ ଜଙ୍ଗଲ ବାସିନ୍ଦାଙ୍କ ଅଧିକାର ପ୍ରତି ବିପଦ ସୃଷ୍ଟି କରିବ। ଏପରି ନିୟମ କରି ସରକାର ବଡ଼ବଡ଼ ଶିଳ୍ପପତିଙ୍କ ହାତକୁ ଜଙ୍ଗଲ ଜମି ‌ଟେକି ଦେବାକୁ ସବୁପ୍ରକାର ବାଟ ପ୍ରସ୍ତୁତ କରିଛନ୍ତି। ତେଣୁ ତୁରନ୍ତ ଏହାକୁ ଉଚ୍ଛେଦ କରାନଗଲେ ଆସନ୍ତା ୨୮ ତାରିଖରେ ସଚିବାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ‘ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଅଭିଯାନ’ ତଥା କ୍ୟାମ୍ପେନ୍‌ ଫର୍‌ ସର୍ଭାଇଭାଲ୍‌ ଉଇଥ୍‌ ଡିଗ୍‌ନିଟି (ସିଏସ୍‌ଡି) ଚେତାବନୀ ଦେଇଛି। ‌ଲୋହିଆ ଏକାଡେମିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଏସ୍‌ଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ କର୍ପୋରେଟ ସଂସ୍ଥାମାନଙ୍କ ସ୍ଵାର୍ଥରେ ଜଙ୍ଗଲ ଜମି ଅଧିଗ୍ରହଣକୁ ସୁଗମ କରିବା ଉଦ୍ଦେଶ୍ୟରେ ସରକାର ଏହି ନୂତନ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ଆଣିଛନ୍ତି। ଆଦିବାସୀ ଏବଂ ଜଙ୍ଗଲ ବାସିନ୍ଦାଙ୍କ ଅଧିକାରକୁ ଛଡ଼ାଇ ନେବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା। ଏହି ନିୟମାବଳୀ ଦ୍ବାରା ରାଜ୍ୟ ସରକାରମାନଙ୍କୁ ଭୂମି ବ୍ୟାଙ୍କ ଗଠନ କରିବାକୁ ଅନୁମତି ଦିଆଯାଉଛି।

ଏପରି ହେଲେ, ଜଙ୍ଗଲ ଜମିକୁ ତୁରନ୍ତ ଅଣଜଙ୍ଗଲ କିସମରେ ପରିବର୍ତ୍ତନ କରାଯିବ। ତେଣୁ ତୁରନ୍ତ ଏହାର ପ୍ରତ୍ୟାହାର କରିବା ପାଇଁ ସିଏସ୍‌ଡି ଚେତାବନୀ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସିଏସ୍‌ଡିର ରାଜ୍ୟ ଆବାହକ ଗୋପୀନାଥ ମାଝୀ, ଆଦିବାସୀ ଅଧିକାର ମଞ୍ଚର ଶାଲ ମାର୍ଣ୍ଡି, ଆଦିବାସୀ ଭାରତ ମହାସଭାର ଟୁନା ମଲ୍ଲିକ, ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ସିଏସ୍‌ଡିର ରାଜ୍ୟ ଆବାହକମଣ୍ଡଳୀର ସଦସ୍ୟ ନରେନ୍ଦ୍ର ମହାନ୍ତି, ପ୍ରଦୀପ ସାହୁ, ଶ୍ରୀଚରଣ ବେହେରା, ଆଦିବାସୀ ନେତା ପ୍ରଦୀପ ଶବର ଓ ମଦନ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe