ସପ୍ତାହେ ଭିତରେ ବଫର, ଲ୍ୟାଣ୍ଡସ୍କେପିଂ ଜୋନ୍‌ କାମ ସାର: ୫-ଟି ଅଧ୍ୟକ୍ଷଙ୍କ ପରିକ୍ରମା ପ୍ରକଳ୍ପ ସମୀକ୍ଷା

ସପ୍ତାହେ ଭିତରେ ବଫର, ଲ୍ୟାଣ୍ଡସ୍କେପିଂ ଜୋନ୍‌ କାମ ସାର: ୫-ଟି ଅଧ୍ୟକ୍ଷଙ୍କ ପରିକ୍ରମା ପ୍ରକଳ୍ପ ସମୀକ୍ଷା

ପୁରୀ: ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଭିଡ଼ ନିୟନ୍ତ୍ରଣ ସହ ଧାଡ଼ି ଦର୍ଶନ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆସନ୍ତା ସପ୍ତାହେ ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବଫର ଜୋନ୍‌ ଓ ଲ୍ୟାଣ୍ଡ୍‌ସ୍କେପିଂ ଜୋନ୍‌ କାମ ସାରିବାକୁ ଓବିସିସିକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସକାଳ ପ୍ରାୟ ୭ଟାରେ ଶ୍ରୀ ପାଣ୍ଡିଆନ୍‌ ପୁରୀରେ ପହଞ୍ଚି ଜାରି ରହିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଅଧିକାରୀମାନଙ୍କ ସହ କାମର ଅଗ୍ରଗତି ସମ୍ପର୍କରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି, ସମତୁଲ କାମ, ମଠ ପୁନରୁଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ମରିଚିକୋଟ ଛକରୁ ଦୋଳବେଦି ଓ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରୁ ଧାଡ଼ି ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଦୋଳବେଦିର ପୁନରୁଦ୍ଧାର କାମ, ଏମାର ମଠ, ପଞ୍ଜାବୀ ମଠ, ଉତ୍ତରପାର୍ଶ୍ବ ମଠ ଉନ୍ନତୀକରଣ ଯଥାଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମ୍ମୁଖ ଭାଗ ଚିତ୍ର ଆଙ୍କି ସଜାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଉତ୍ତର, ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ବ ସମତୁଲ କାର୍ଯ୍ୟର ତଦାରଖ କରିଥିଲେ।

ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, ଆବର୍ଜନା ବାଟ, ସବ୍‌ଷ୍ଟେସନ୍ ସ୍ଥାନାନ୍ତର କାମ ନିର୍ଦ୍ଧାରିତ ସମୟ ଭିତରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ମେଘନାଦ ପାଚେରି ନିକଟ ବିଦ୍ୟୁତ୍‌ କାମ ଓ ଗଦା ହୋଇ ରହିଥିବା ବିଦ୍ୟୁତ୍‌ ସରଞ୍ଜାମ ସ୍ଥାନାନ୍ତର କାମ ଯଥାଶୀଘ୍ର ସାରିବାକୁ କହିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍‌ ଶ୍ରୀଜଗନ୍ନାଥ ବଲ୍ଲଭରୁ ବାହାରୁଥିବା ନୂଆ ରାସ୍ତା କାମ(ଶ୍ରୀମାର୍ଗ) ଓ ପ୍ରମୋଦ ଉଦ୍ୟାନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡା. କେ. ବିଶାଳ ସିଂହ, ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମିରଂଜନ ସାହୁଙ୍କ ସମେତ ଓବିସିସି ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe