ବିନା ରେରା ପଞ୍ଜୀକରଣରେ ପ୍ରକଳ୍ପ କଲେ ୨୦ଲକ୍ଷ ଜରିମାନା

Advertisment
୨୮୫ ପ୍ରମୋଟର୍‌ଙ୍କୁ ରେରା ନୋଟିସ୍‌: ତ୍ରୟୋମାସିକ ଅଗ୍ରଗତି ରିପୋର୍ଟ ଦାଖଲ କରୁନାହାନ୍ତି ପ୍ରମୋଟର୍‌

medium.com

ଭୁବନେଶ୍ବର: ଏଣିକି ବିନା ରେରା ପଞ୍ଜୀକରଣରେ କୌଣସି ଗୃହ ପ୍ରକଳ୍ପ କଲେ କୋଡିଏ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। କୌଣସି ପ୍ରକଳ୍ପ ଯେପରି ବିନା ପଞ୍ଜୀକରଣରେ ହେବନି ସେନେଇ ଓଡ଼ିଶା ରିଅଲ ଇଷ୍ଟେଟ୍ କର୍ତ୍ତୃପକ୍ଷ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ନିକଟରେ ରାଜଧାନୀ ଉପକଣ୍ଠରେ ନିର୍ମାଣାଧୀନ ରଶ୍ମି ଡିଲାଇଟ୍ ଗୃହ ନିର୍ମାଣ ପ୍ରକଳ୍ପ କ୍ଷେତ୍ରରେ ରେରା ପଞ୍ଜୀକରଣ ନେବାରେ ଇଚ୍ଛାକୃତ ଅବହେଳା ପାଇଁ ସଂସ୍ଥାକୁ କୋଡ଼ିଏ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏ ସଂକ୍ରାନ୍ତରେ ରେରା ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍‌ ଉପରେ ସଂପୃକ୍ତ ସଂସ୍ଥା ପକ୍ଷରୁ ଯେଉଁ କୈଫିୟତ ଦିଆଯାଇଥିଲା ତାକୁ ରେରା ଅଗ୍ରାହ୍ୟ କରିଦେଇଛି। ଏହାସହ ସମସ୍ତ ଅଣପଞ୍ଜୀକୃତ ପ୍ରକଳ୍ପ ନିର୍ମାଣ କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କୁ ଚେତାବନୀ ଦିଆଯାଇଛି। ଏହାସହ ରେରା ପକ୍ଷରୁ ନୂଆ ନିୟମ କରାଯାଇଛି ଯେ, କୌଣସି ପ୍ରକଳ୍ପ ପାଇଁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁମୋଦନ ମିଳିବାର ୪୫ଦିନ ମଧ୍ୟରେ ରେରା ପଞ୍ଜୀକରଣ ନେଇ ଆବେଦନ ନକଲେ କ୍ରମବର୍ଦ୍ଧିଷ୍ଣୁ ହାରରେ ଜରିମାନା ସହ ବିଳମ୍ବଜନିତ ଦେୟ ଆଦାୟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe