ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଡବ୍ଲୁଓଡିସି ସିଇଓ

Advertisment
ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଡବ୍ଲୁଓଡିସି ସିଇଓ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗସ୍ତରେ ଡବ୍ଲୁଓଡିସି ସିଇଓ ଡ. ଅଜିତ ମିଶ୍ର ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ଆମପାଣି ପଞ୍ଚାୟତର ଶିଳ୍ପୀ ଗ୍ରାମ କନ୍ଦାଗଡ଼ରେ ପହଞ୍ଚିଥିଲେ। ସେଠାରେ ଥିବା ପଥର ଖୋଦେଇ କେନ୍ଦ୍ର ପରିଦର୍ଶନ କରି ଶିଳ୍ପୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ଆମପାଣି ସ୍ଥିତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କରକ ଜଳପ୍ରପାତ ପରିଦର୍ଶନ କରିବା ସହ ଆବଶ୍ୟକ ଭିତ୍ତିଭୂମି ଉପରେ ଅନୁଦାନ ପାଇଁ ଦୃଷ୍ଟି ଦିଆଯିବା ବୋଲି କହିଛନ୍ତି। ଆମପାଣି ବୁଢ଼ାରଜା ହାଇସ୍କୁଲରେ ପହଞ୍ଚି ବୃକ୍ଷରୋପଣ କରିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କୁ ପଚାରି ବୁଝିଥିଲେ। ତେବେ ଛାତ୍ରଛାତ୍ରୀମାନେ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ସିଇଓଙ୍କୁ ଜଣାଇଥିଲେ।

ଏହା ପରେ କାଉଡୋଲା ୫-ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଆମପାଣି, କାଉଡୋଲା, ଛିଲିପାମାଲରେ ନିର୍ମାଣାଧୀନ ପୋଖରୀ ଉନ୍ନୟନ କାର୍ଯ୍ୟ ଦେଖିବା ପରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସିଇଓ ଶ୍ରୀ ମିଶ୍ରଙ୍କ ଗସ୍ତ ସମୟରେ ଜିଲ୍ଲା ପ୍ରକଳ୍ପ ସମୀକ୍ଷା ବିଭାଗ ଅଧିକାରୀ, ବିଧାୟକ ମୌଷଧି ବାଗ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, କୋକସରା ବିଡିଓ ଉତ୍ତମ ବାଗ, ବ୍ଲକ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, କୋକସରା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe