Local Wire
ଭୁବନେଶ୍ୱର: ଝାରସୁଗୁଡ଼ାରୁ ବିମାନରେ ମାଲ୍ ପରିବହନ ସେବା ଆରମ୍ଭ କରିବା ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ବିମାନରେ ମାଲ୍ ପରିବହନ ସେବା ଆରମ୍ଭ କରିବାକୁ ଦାବି କରିଛନ୍ତି। ସେ ଲେଖିଛନ୍ତି ଯେ, ଝାରସୁଗୁଡ଼ା ବିମାନବନ୍ଦର କେବଳ ଓଡ଼ିଶା ନୁହେଁ ବରଂ ଛତିଶଗଡ଼ ଓ ଝାଡ଼ଖଣ୍ଡର ଉତ୍ତରାଂଚଳ ପାଇଁ ଏହା ଅତି ଗୁରୁତ୍ୱପୂର୍ଣ୍ଣ।
ସେ ଉଲ୍ଲେଖ କରିଛନ୍ତି ଯେ, ହୀରାକୁଦ ଡ୍ୟାମ ଅଞ୍ଚଳର ଉତ୍ପାଦିତ ହେଉଥିବା କୃଷି ଉତ୍ପାଦନ ବିକ୍ରିରେ ଏହା ସହାୟକ ହେବ। ସେହିପରି ସୁବାସ ଚୌହାନ କହିଛନ୍ତି, ସମ୍ବଲପୁର-ଝାରସୁଗୁଡ଼ା-ରାଉରକେଲା ଶିଳ୍ପ କରିଡର ପାଇଁ ବି ମଧ୍ୟ ଏହା ଆବଶ୍ୟକ।
Follow Us