ସର୍ବସମ୍ମୁଖରେ ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ସର୍ବସମ୍ମୁଖରେ ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ଟାଉନଥାନା ଅନ୍ତର୍ଗତ ବଢ଼େଇମୁଣ୍ଡା ଠାରେ ଆଜି ଭୋର ୫ ଟାରେ ଏକ ମର୍ମନ୍ତୁଦ ହତ୍ୟାକାଣ୍ଡ ଘଟି ଯାଇଛି। ବଢ଼େଇମୁଣ୍ଡା ମଝିପଡ଼ା ଠାରେ ରହୁଥିବା ଜଣେ ୭୨ ବର୍ଷ ବୟସ୍କା ବିଧବା ମହିଳା ଉଷା ପ୍ରଧାନଙ୍କୁ ସେହି ସାହିର ଜଣେ ଯୁବକ ସୁକେଶ ପ୍ରଧାନ ରାସ୍ତା ଉପରେ ଘୋଷାଡ଼ି ନେଇ ପଥର ଛେଚି ହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି।

ଟାଉନଥାନା ଆଇଆଇସି ସାବିତ୍ରୀ ବଳଙ୍କ ଠାରୁ ପ୍ରକାଶ ଯେ, ଅଭିଯୁକ୍ତ ସୁକେଶ କୌଣସି କାରଣରୁ ଅସୁସ୍ଥ ରହୁଥିଲା। ଡାକ୍ତର ଦେଇଥିବା ଔଷଧ ଖାଉନଥିଲା। ଏ ନେଇ ସୁକେଶର ମା ସାବିତ୍ରୀ ଚିନ୍ତିତ ଥିବା ବେଳେ ପୁଅ ଔଷଧ ଖାଉନଥିବା କଥା ମୃତ ବୃଦ୍ଧାଙ୍କୁ କହିଥିଲେ। ମୃତ ବୃଦ୍ଧ ଭାତରେ ଔଷଧ ମିଲାଇ ପୁଅକୁ ଦେବାକୁ ପରାମର୍ଶ ଦେଇଥିଲେ। ଫଳରେ ସାବିତ୍ରୀ ପୁଅକୁ ଭାତରେ ଔଷଧ ମିଲାଇ ଦେଇଥିଲେ। ଏହା ଜାଣିପାରି ପୁଅ ସୁକେଶ ରାଗି ଯାଇଥିଲା। ବୃଦ୍ଧା ଜଣକ ତାର ମାକୁ ଶିଖେଇ ତାକୁ ଔଷଧ ଦେଇ ଅସୁସ୍ଥ କରୁଥିବା ଅଭିଯୋଗ କରି ବୃଦ୍ଧାଙ୍କ ଉପରେ ଟାର୍ଗେଟ କରିଥିଲା।

ଆଜି ସକାଳେ ବୃଦ୍ଧା ଜଣକ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ସୁକେଶ ତାକୁ ଘୋଷାଡ଼ି ନେଇ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣା ପଡ଼ିଛି। ବୃଦ୍ଧାକୁ ଆକ୍ରମଣ କଲା ବେଳେ ସୁକେଶର ମା ସାବିତ୍ରି ପୁଅକୁ ବାରଣ କରୁଥିବା ମଧ୍ୟ ପୁଲିସ କହିଛି। ମୃତ ବୃଦ୍ଧା ଏକୁଟିଆ ରହୁଥିବା ବେଳେ ତାର ଝିଅ ଜ୍ବଇଁ ଲଇକେରା ଠାରେ ରହୁଥିଲେ। ବୃଦ୍ଧା ଜଣକ ଭୋଜିଭାତିରେ ରୋଷେଇ କାର୍ଯ୍ୟରେ ସହାୟତା କରି ଚଳୁଥିଲା। ଘଟଣା ପରେ ବୃଦ୍ଧାଙ୍କ ଜ୍ବଇଁ ଖେଡ଼ୁ କିସାନଙ୍କ ଅଭିଯୋଗ ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସୁକେଶ କୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ପଥର ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe