ନିଜ ଭାଇଙ୍କୁ ସ୍ବାମୀ ମାରି ଦେଇଥିବା ଅଭିଯୋଗ ଆଣିଲେ ମହିଳା ଆଇନଜୀବୀ

ସାମାଜିକ ଗଣମାଧ୍ୟମରେ ଜୀବନପ୍ରତି ବିପଦ ନେଇ ଦେଲେ ବାର୍ତ୍ତା

ନିଜ ଭାଇଙ୍କୁ ସ୍ବାମୀ ମାରି ଦେଇଥିବା ଅଭିଯୋଗ ଆଣିଲେ ମହିଳା ଆଇନଜୀବୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଅଂଚଳର ଜଣେ ମହିଳା ଆଇନଜୀବୀ ସୋସିଆଲ ମିଡିଆରେ ତାଂକ ଜୀବନ ପ୍ରତି ବିପଦ ରହିଥିବା ନେଇ ବାର୍ତ୍ତା ଛାଡିଛନ୍ତି। ତାଂକ ଭାଇଙ୍କୁ ତାଂକ ସ୍ବାମୀ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି। ଏଥିସହ ତାଂକୁ ମଧ୍ୟ ଜୀବନରେ ମାରିଦେବେ ବୋଲି କିଛି ଲୋକଙ୍କ ନାମ ନେଇ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଏହି ଘଟଣା ଜାଣିବା ପରେ ମାଥିଲି ଆଇଆଇସିଙ୍କ ନିର୍ଦେଶକ୍ରମେ ଏକ ଟିମ ମହିଳା ଆଇନଜୀବୀଙ୍କୁ ଭେଟି ତାଂକୁ ବୁଝାସୁଝା କରିବା ସହ ତାଂକ ସ୍ବାମୀକୁ ଡାକି ମଧ୍ୟ ବୁଝାସୁଝା କରିଥିବା ଆଇଆଇସି ସୂର୍ଯ୍ୟ ପ୍ରକାଶ ନା୍ୟକ ପ୍ରକାଶ କରିଥିଲେ।

ପ୍ରକାଶ ଥାଉକି ଏହି ମହିଳା ଆଇନଜୀବୀ ଜଣକ ଗତ ୨୦୧୭ ମସିହାରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିଙ୍କୁ ଭଲ ପାଇ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରି ଚର୍ଚ୍ଚାରେ ଆସିଥିଲେ। ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ତେବେ ମହିଳା ଜଣକ ଆଇନଜୀବୀ ରହିଥିବାରୁ ମାଲକାନଗିରି ବାର ଆସୋସିଏସନ ତରଫରୁ ତାଂକୁ ଆଜି ମାଲକାନଗିରି ଡକାଇ ବୁଝାସୁଝା କରାଯାଇଥିଲା। ଯଦି କୌଣସି ଏଭଳି ଭୟ ରହିଛି ତେବେ ତୁରନ୍ତ ଥାନାରେ ଏତଲା ଦେବା ପାଇଁ ବାର ଆସୋସିଏସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

ତେବେ ଏନେଇ ମାଥିଲି ଆଇଆଇସିଙ୍କୁ ପଚାରିବାରୁ ସେ ଏହାକୁ ସ୍ବୀକାର କରିବା ସହ ମହିଳା ଆଇନଜୀବୀ ଏବଂ ତାଂକ ସ୍ବାମୀଙ୍କୁ କାଉନସିଲିଂ କରାଯାଇଥିବା କହିଥିଲେ। ଏହା ପୂର୍ବରୁ ମଧ୍ୟ ବହୁଥର ଏଭଳି କାଉନସିଲିଂ କରାଯାଇଥିବା ପୁଲିସ କହିଛି। ତେବେ ଏହି ଘଟଣାରେ କେତେ ସତ୍ୟତା ରହିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe