ମହିଳା ଓକିଲଙ୍କୁ ଠକିଦେଲା ବଣିଆ; ମରାମତି ପାଇଁ ଆଣି ୫୦ ଗ୍ରାମ ସୁନା ବିକିଦେଲା!

ସୁନା ୮୩୧ ଟଙ୍କା ବଢ଼ିଲା

Photo: news24online.com

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର ସୁନାରିପଡ଼ାର ମହିଳା ଓକିଲ ଅଞ୍ଜନା ସାହୁ ଠକେଇରେ ପଡ଼ିଛନ୍ତି। ଜଣେ ବଣିଆ ମରାମତି ପାଇଁ ଶ୍ରୀମତୀ ସାହୁଙ୍କ ୫୦ ଗ୍ରାମ ସୁନା ଅଳଙ୍କାର ନେଇ ଅନ୍ୟତ୍ର ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଏତଲା ପରେ ପୁଲିସ ଏକ ଠକେଇ ମାମଲା ରୁଜୁ କରି ଅଭିଯୁକ୍ତ ବଣିଆ ସୁନାରିପଡ଼ାର ଅତୁଲ୍ୟ ସରାଫଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨୦୧୫ ଡିସେମ୍ବରରେ ମରାମତି ପାଇଁ ଅତୁଲ୍ୟ ସରାଫଙ୍କୁ ଅଞ୍ଜନା ୫୦ ଗ୍ରାମ ସୁନା ଅଳଙ୍କାର ଦେଇଥିଲେ। କିନ୍ତୁ ସେ ମରାମତି ନକରି ଆଜି କାଲି କହି ଦିନ ଗଡ଼ାଇ ନେଲେ। ଶେଷକୁ ଅଞ୍ଜନା ଅନୁସନ୍ଧାନ କରିବା ପରେ ବଣିଆ ସୁନାକୁ ଅନ୍ୟତ୍ର ବିକ୍ରି କରି ଦେଇଥିବା ଜାଣିବାକୁ ପାଇଥିଲେ। ତେବେ ୮ ବର୍ଷ ପରେ ବି ଅତୁଲ୍ୟ ସୁନା ଫେରାଇବାର ନାଁ ଧରୁ ନଥିବାରୁ ଅଞ୍ଜନା ଏତଲା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe