ସଜନା ଗଛକୁ ନେଇ ହଣାହଣି ଘଟଣା : ହତ୍ୟା ମାମଲାରେ ଫେରାର ଶାଶୂ, ବୋହୂ ଗିରଫ

ସଜନା ଗଛକୁ ନେଇ ହଣାହଣି ଘଟଣା : ହତ୍ୟା ମାମଲାରେ ଫେରାର ଶାଶୂ, ବୋହୂ ଗିରଫ

Puri Police

ପୁରୀ : ଗତ ମାସ ୭ ତାରିଖ ଦିନ ଚନ୍ଦନପୁର ଥାନା ଅନ୍ତର୍ଗତ ନୂଆବାଲିଆ ଗାଁରେ ସଜନା ଗଛ ଡାଳ ଭାଙ୍ଗିଯିବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଘଟିଥିବା ହଣାହଣି ଘଟଣାରେ ପୁଲିସ ୧୩୭/୨୩ ନମ୍ବର ହତ୍ୟା ମାମଲାରେ ଫେରାର ଥିବା ଶାଶୂ ଓ ବୋହୂକୁ ଆଜି ଗିରଫ ପରେ କୋର୍ଟଚାଲାଣ କରିଛି।

ସୂଚନାଯୋଗ୍ୟ, ଚନ୍ଦନପୁର ଥାନା ଅନ୍ତର୍ଗତ ନୂଆବାଲିଆ ଗାଁରେ ଦୁଇ ପରିବାର ମଧ୍ୟରେ ଜମି ବିବାଦ ରହିଥିଲା। ତେବେ ଭୀମସେନ ବେହେରାଙ୍କ ପୁଅ ମୁନାର ଅଟୋ ରଘୁର ଏକ ସଜନା ଗଛରେ ବାଜି ଏହାର ଡାଳ ଭାଙ୍ଗିଯାଇଥିଲା। ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ହଣାହଣି ହୋଇଥିଲା। ଏଥିରେ ଭୀମସେନ ବେହେରା(୪୭) ଓ ତାଙ୍କ ଭାଇ ସୁଦର୍ଶନ ବେହେରା(୫୫) ଓ ତାଙ୍କ ବିରୋଧୀ ଗୋଷ୍ଠୀ ରଘୁ, କାହ୍ନୁ ବେହେରା(୩୦), ଜଙ୍ଗଲି ବେହେରା(୨୬) ପ୍ରମୁଖ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏ ନେଇ ଉଭୟ ପକ୍ଷର ଅଭିଯୋଗ ଭିତ୍ତିରେ ଚନ୍ଦନପୁର ଥାନା ପୁଲିସ ୧୩୭/୨୩ ଓ ୧୩୮/୨୩ ନମ୍ବରରେ ଦୁଇଟି ମାମଲା ରୁଜୁ କରିଥିଲା। ତେବେ ପରବର୍ତ୍ତୀ ସମୟରେ ଗୁରୁତର ଭୀମସେନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପୁଲିସ ଇତିମଧ୍ୟରେ ୧୩୭/୨୩ ନମ୍ବର ହତ୍ୟା ମାମଲାରେ ଚନ୍ଦନପୁର ଥାନା ଅନ୍ତର୍ଗତ ନୂଆବାଲିଆ ଗାଁର କାହ୍ନୁଚରଣ ବେହେରା(୩୨), ଜଙ୍ଗଲି ବେହେରା(୨୪) ଓ ରଘୁ ବେହେର(୩୫)କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ଆଜି ପୁଲିସ ଏହି ମାମଲାରେ ନୂଆବାଲିଆ ଗାଁର ଶାଶୂ ଲକ୍ଷ୍ମୀ ବେହେରା(୫୭) ଓ ବୋହୂ ରିନାମଣି ବେହେରା(୨୭)କୁ ଗିରଫ ପରେ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe