ପଶ୍ଚିମବଙ୍ଗ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟଣା: ମୃତ ମାଲିକଙ୍କ ପତ୍ନୀ କମର୍ଦ୍ଦାରୁ ଗିରଫ

Advertisment
କ୍ୟାପିଟାଲ କ୍ରାଇମ: ଦେଢ଼ ଟନ୍ ବିଦ୍ୟୁତ୍‌ ତାର ଜବତ, ୨ ଗିରଫ

କମର୍ଦ୍ଦା: ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଏଗ୍ରା ଥାନା ଅଧୀନ ଖାଦିକୁଲ ଗ୍ରାମରେ ଦୀର୍ଘ ୪୦ ବର୍ଷ ଧରି ଏକ ବେଆଇନ ବାଣ କାରଖାନା ରହିଥିଲା। ଭାନୁ ବାଗ ନାମକ ଜଣେ ବ୍ୟକ୍ତି ଏହାକୁ ଚଳାଉଥିଲେ। ଗତ ୧୬ ତାରିଖ ଦିନ କାରଖାନାରେ ସ୍ଥାନୀୟ ଓ ବାହାର ଅଞ୍ଚଳର ୩୫ ଜଣରୁ ଅଧିକ ଶ୍ରମିକ ବାଣ ତିଆରି କରୁଥିଲେ। ଦିନ ଗୋଟାଏ ବେଳେ କିଛି ଶ୍ରମିକ କାରଖାନାକୁ ଲାଗି ରହିଥିବା ଗୋଦାମ ନିକଟରେ ଏକ ବାଣର ପରୀକ୍ଷା କରୁଥିଲେ।

ତେବେ ବାଣଟି ଉପରକୁ ଯିବା ପରିବ‌ର୍ତ୍ତେ ହଠାତ୍‌ ଗୋଦାମରେ ଯାଇ ପଡ଼ିଥିଲା। ଫଳରେ ବାଣ ନିଆଁରୁ ସେଠାରେ ଅଗ୍ନିକାଣ୍ଡ ଘଟିଥିଲା। କେଇ ମିନିଟ୍‌ ମଧ୍ୟରେ ଗଚ୍ଛିତ ବାଣ ସବୁ ବିସ୍ଫୋରଣ ହେବା ସହ ନିଆଁ ଲାଗି ଗୋଦାମ ଘର ଓ କାରଖାନା ଛାରଖାର ହୋଇଯାଇଥିଲା। କିଛି ଶ୍ରମିକ କାରଖାନା ଭିତରେ ପୋଡ଼ିଯାଇଥିବା ବେଳେ ଆଉ କିଛି ଶ୍ରମିକ ଗୋଦାମ ବାହାରକୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ୧୨ ଜଣରୁ ଅଧିକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ବାଣ କାରଖାନାର ମାଲିକ ଭାନୁ ବାଗଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୀତାରାଣୀ ଏବଂ ୩ ଜଣ ପୁତୁରା ଫେରାର୍‌ ଥିଲେ। ତେବେ ପଶ୍ଚିମବଙ୍କ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ରାତିରେ କମର୍ଦ୍ଦା ଅଞ୍ଚଳରୁ ଗୀତାରାଣୀ ଧରାପଡ଼ିଛନ୍ତି। ତାଙ୍କୁ ପୁଲିସ ପଶ୍ଚିମବଙ୍ଗ ନେଇଯାଇଥିବା ବେଳେ ଫେରାର୍‌ମାନଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe