Image Courtesy of DT Next
ଆନନ୍ଦପୁର: ଚୋରି କରୁ୍ଥିବା ବେଳେ ଦେଖିଦେବାରୁ ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଆନନ୍ଦପୁର ପୌରାଞ୍ଚଳ ଘସିପୁରା ଥାନା ୧୫ନମ୍ବର ୱାର୍ଡ ଗେଟ୍ସାହିରେ ଏଭଳି ଘଟଣା ଘଟିଛି। ଆକ୍ରମଣରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ବିଜୟ କୁମାର ସାହୁଙ୍କ ପତ୍ନୀ ମମିତା ସାହୁ (୪୨) ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ମମିତା ଗତକାଲି ରାତି ପ୍ରାୟ ୯.୪୫ରେ ବାଡ଼ିପଟକୁ ଯାଇଥିଲେ। ପୂର୍ବରୁ ଛକି ବସିଥିବା ଜଣେ ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା। ତାଙ୍କ ବାମହାତ ଶକ୍ତ ଆଘାତ ଲାଗିଛି। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଲୋକେ ଓ ଘସିପୁରା ପୁଲିସ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ପତ୍ତା ମିଳି ନାହିଁ। ମୁଖା ପିନ୍ଧିଥିବା ସମ୍ପୃକ୍ତ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଆସି ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।
Follow Us