ମହିଳାଙ୍କୁ ଖଣ୍ଡାରେ ପ୍ରାଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଚଂପଟ

Advertisment
ମହିଳାଙ୍କୁ ଖଣ୍ଡାରେ ପ୍ରାଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଚଂପଟ

ବୌଦ୍ଧ: ସ୍ଥାନୀୟ ନୂଆସାହିଠାରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସୂଚନା ମୁତାବକ, ସନ୍ଧ୍ୟା ପ୍ରାୟ ୬ଟା ବେଳେ ୫ ଜଣ ମହିଳା କଚେରି ପଡ଼ିଆ ପାର୍ଶ୍ଵରେ ବୁଟୁପାଲି ଅଭିମୁଖେ ଚାଲିଚାଲି ଯାଉଥିଲେ। ହଠାତ୍‌ ଜଣେ ଅଜଣା ବ୍ୟକ୍ତି ଜିଲ୍ଲା ନ୍ୟାୟାଳୟ ସାମ୍ନାରେ ପଛପଟୁ ଆସି ଏକ ଖଣ୍ଡା ଧରି ଗୋଡ଼ାଇଥିଲା। ତାକୁ ଦେଖି ମହିଳାମାନେ ଦୌଡ଼ି ପଳେଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଜଣେ ମହିଳା ଆକ୍ରମଣର ଶିକାର ହୋଇଥିଲେ। ସେ ହେଲେ ବୁଟୁପାଲିର ପ୍ରିୟଙ୍କା ସେଠ୍। ତାଙ୍କ ହାତ ଓ ମୁଣ୍ଡରେ ଖଣ୍ଡା ଚୋଟ ପଡ଼ିଥିବା ବେଳେ ନିକଟରେ ଥିବା ଏକ ଦୋକାନକୁ ପଶିଯାଇ ଜୀବନ ରକ୍ଷା କରିଥିଲେ।

ଦୁର୍ବୃତ୍ତ ଜଣକ ସେଠାରୁ ଚଂପଟ ମାରିଥିଲା। ସ୍ଥାନୀୟ ଲୋକେ ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନା ପଠାଇଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe