ଢେଙ୍କାନାଳ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣକ ହେଉଛନ୍ତି ଜଣେ କନେଷ୍ଟବଳଙ୍କ ପତ୍ନୀ। ଆଜି ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ମହିଳାଙ୍କ ସ୍ବାମୀ ଢେଙ୍କାନାଳ ଜିଲ୍ଲାରେ ଜଣେ ପୁଲିସ କନେଷ୍ଟବଳ ଭାବରେ କାର୍ଯ୍ୟରତ। କିନ୍ତୁ ସେ ବିଭିନ୍ନ ସମୟରେ ନିଜ ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ସହିତ ଦ୍ବିତୀୟ ବିବାହ କରିଥିବା ପୀଡିତା ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ସେ ବାରମ୍ବାର ପୁଲିସ ନିକଟରେ ଅଭିଯୋଗ କଲେ ମଧ୍ୟ ନ୍ୟାୟ ନ ପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ସହିପାରିଲେନି କନେଷ୍ଟବଳ ସ୍ବାମୀଙ୍କ ନିର୍ଯାତନା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା
Advertisment
Follow Us