ମୋହନା : ଗଜପତି ଜିଲ୍ଲା ମୋହନା ଅବକାରୀ ଓ ପୁଲିସ ବାହିନୀ ମଦ ଚଢ଼ଉରେ ଯାଇ ନିରାଶ ହୋଇ ଫେରିଛନ୍ତି। ଜଣେ ଆଦିବାସୀଙ୍କ ଘରେ ମଦ ଗଚ୍ଛିତ ଥିବା ସନ୍ଦେହ କରି ମୋହନା ଅବକାରୀ ବିଭାଗ ଓ ପୁଲିସର ମିଳିତ ଧରପଗଡ଼ ଯୋଜନା ଭଣ୍ଡୁର ହୋଇଯାଇଛି। ଯେଉଁ ଘରେ ପ୍ରଥମେ ଚଢ଼ଉ କଲେ, ସେହି ଘର ମାଲିକାଣୀ ଫାଟକରେ ପନିକି ଧରି ଜଗି ରହିଲେ। ଘରେ ପଶିଲେ ବିଷ ଖାଇ ଆତ୍ମହତ୍ୟା କରିବା ଧମକରେ ଚଢ଼ଉ ନ କରି ଫେରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି।
ମୋହନା ବ୍ଳକ୍ର ଲବାରସି˚ ଗ୍ରାମରେ ରହନ୍ତି ଭାନୁମତୀ ଶବର। ତାଙ୍କ ଘରେ ମଦ ବିକ୍ରି କରାଯାଉଛି ଓ ମହଜୁଦ ଅଛି ବୋଲି କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଫଳରେ, ଆଜି ମୋହନା ପୁଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ ପାଇଁ ତାଙ୍କ ଘର ପାଖରେ ପହଞ୍ଚିଥିଲେ। ପୁଲିସ ଆସିବା ଦେଖି ଭାନୁମତୀ ଘର ସାମ୍ନା ଫାଟକ ବନ୍ଦ କରି ଏକ ପନିକି ଧରି ଜଗି ରହିଥିଲେ । ଯିଏ ଘରେ ପଶିବ ତାକୁ ହାଣି ଦେବି ବୋଲି ଧମକ ଦେଇଥିଲେ। ଜୋର ଜବରଦସ୍ତ କରି ଯଦି ଘର ଭିତରେ ପଶିବ, ବିଷ ପିଇ​ ଦେବେ​, ନହେଲେ ଦଉଡ଼ି ଦେଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇ କାହାରିକୁ ଘରକୁ ପ୍ରବେଶ କରିବା ପାଇଁ ସୁଯୋଗ ଦେଇ ନଥିଲେ। ବହୁ ଚେଷ୍ଟା ପରେ ମଧ୍ୟ ଚଢ଼ଉ ପାଇଁ ସାହସ କରି ନପାରି କର୍ମଚାରୀମାନେ ଫେରି ଯାଇଥିଲେ। କାଳେ କଥାଟା ଓଲଟିଯିବ ଏବଂ ମହିଳାଙ୍କ ସୁରକ୍ଷା ତଥା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍ ଏବ˚ ଅବକାରୀ ବିଭାଗ ନିରାଶରେ ଫେରି ଆସିଥିବା ଜଣାପଡ଼ିଛି।
Follow Us