ଓଡ଼ିଶାର ଏହି ସହରରେ ଅଧିକାରୀଙ୍କୁ ଶଙ୍ଖା, ସିନ୍ଦୂର ଓ ଅଳତା ପିନ୍ଧାଇ ଝାଡୁ ଏବଂ ଚପଲରେ ପିଟିଲେ ମହିଳା

Advertisment
ଓଡ଼ିଶାର ଏହି ସହରରେ ଅଧିକାରୀଙ୍କୁ ଶଙ୍ଖା, ସିନ୍ଦୂର ଓ ଅଳତା ପିନ୍ଧାଇ ଝାଡୁ ଏବଂ ଚପଲରେ ପିଟିଲେ ମହିଳା

ନୟାଗଡ଼: ନାରୀ ଯେତେବେଳେ ନାରାୟଣୀଙ୍କ ରୂପଧାରଣ କରେ, ସେହି ସମୟରେ ପରିସ୍ଥିତି ଭୟଙ୍କର ହୋଇଥାଏ। ନୟାଗଡ଼ ସହରରେ ଆଜି ଏହି ଭଳି ଅଘଟଣ ଦେଖିବାକୁ ମିଳିଛି। ରାଜସ୍ବ ବିଭାଗର ଜଣେ ଅଧିକାରୀଙ୍କୁ ମହିଳାମାନେ ଝାଡୁ ଓ ଚପଲରେ ନିସ୍ତୁକ ମାଡ଼ ମାରିଛନ୍ତି। ମହିଳାମାନଙ୍କ ଠାରୁ ମାଡ଼ ଖାଇ ଲହୁଲୁହାଣ ହେବା ପରେ ଅଧିକାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଡ଼ ଖାଇଥିବା ଅଧିକାରୀ ହେଲେ ସଞ୍ଜୟ ପ୍ରତିହାରୀ।

ସୂଚନା ଅନୁସାରେ ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ ଜମି ଅଧିଗ୍ରହଣ ଅଧିକାରୀ ସଞ୍ଜୟ ପ୍ରତିହାରୀଙ୍କୁ ନୟାଗଡ଼ରେ କିଛି ମହିଳା ଆଜି ମାଡ଼ ମାରିଥିଲେ। ଶ୍ରୀ ପ୍ରତିହାରୀ ନୟାଗଡ଼ ସହରସ୍ଥିତ ମିଶ୍ର କଲୋନିରୁ ନୟାଗଡ଼ସ୍ଥିତ କାର୍ଯ୍ୟାଳୟକୁ ଯାଉଥିବା ବେଳେ ତାଙ୍କୁ ଏହିଭଳି ଭାବେ ଆକ୍ରମଣ କରାଯାଇଥିଲା। ରେଳପଥରେ ଜମି ହରାଇଥିବା ଜମିହରାଙ୍କୁ କ୍ଷତି ପୂରଣ ଅର୍ଥ ଦେବାରେ ବିଳମ୍ବ କରିବା, ଦଲାଲ ଜରିଆରେ କ୍ଷତିପୂରଣ ପାଇବାକୁ ଥିବା ଲୋକଙ୍କ ଠାରୁ ଅର୍ଥ ଦାବି କରିବା, ମହିଳାଙ୍କୁ ଦୁର୍ବ୍ୟବହାର କରିବା ଭଳି ନାନା ଅଭିଯୋଗ ଶ୍ରୀ ପ୍ରତିହାରୀଙ୍କ ନାମରେ ରହିଛି।

publive-image

ଜମି ଅଧିଗ୍ରହଣ କ୍ଷତିପୂରଣ ପ୍ରଦାନରେ ଟାଳଟୁଳ ନୀତି ନେଇ ପାଇଁ ପୂର୍ବରୁ ମହିଳାମାନେ ତାଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦେଇଥିଲେ। ଆଜି ପୂର୍ବ ଯୋଜନା ମୁତାବକ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ମହିଳାମାନେ ଶଙ୍ଖା, ସିନ୍ଦୂର, ଅଳତା ପିନ୍ଧାଇବା ସହ ଝାଡୁରେ ମାଡ ମାରିଥିବା ଦେଖାଯାଇଛି। ଗୁରୁତର ଅବସ୍ଥାରେ ଶ୍ରୀ ପ୍ରତିହାରୀଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀଙ୍କୁ ପୁଲିସ୍ ଅଟକ ରଖିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe