ମହିଳାଙ୍କୁ ଲୁହାଛଡ଼ରେ ପିଟି ହତ୍ୟା: ନରହନ୍ତା ଜ୍ବାଇଁକୁ ଖୁଣ୍ଟରେ ବାନ୍ଧିଲେ ଶ୍ବଶୁର

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ପୁରିନ୍ଦା ପଞ୍ଚାୟତ ଅଧୀନ ସଂସା ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଲୁହାଛଡ଼ରେ  ପିଟି ହତ୍ୟା କରିଛି। ମୃତକ ହେଲେ ଗଣେଶ ମହାନ୍ତଙ୍କ ସ୍ତ୍ରୀ ସତ୍ୟବତୀ। ସତ୍ୟବତୀଙ୍କ ବାପା ଅରୁଣ ମହାନ୍ତଙ୍କ ଅଭିଯୋଗ ମୁତାବକ....

gdjgdjgjcbn

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ପୁରିନ୍ଦା ପଞ୍ଚାୟତ ଅଧୀନ ସଂସା ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଲୁହାଛଡ଼ରେ  ପିଟି ହତ୍ୟା କରିଛି। ମୃତକ ହେଲେ ଗଣେଶ ମହାନ୍ତଙ୍କ ସ୍ତ୍ରୀ ସତ୍ୟବତୀ। ସତ୍ୟବତୀଙ୍କ ବାପା ଅରୁଣ ମହାନ୍ତଙ୍କ ଅଭିଯୋଗ ମୁତାବକ, ଜ୍ୱାଇଁ ଗଣେଶର ଘର ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ଉପକଣ୍ଠ ବିଜିପୁର ଗ୍ରାମରେ। ସତ୍ୟବତୀଙ୍କୁ ବିବାହ ପରେ ଗଣେଶ ୨୫ବର୍ଷ ହେଲା ଘରଜ୍ୱାଇଁ ଭାବେ ରହୁଥିଲା।

ରବିବାର ଅପରାହ୍‌ଣରେ ସତ୍ୟବତୀ ଜଙ୍ଗଲରୁ ଜାଳେଣି ସଂଗ୍ରହ କରି ଘରକୁ ଫେରିବା ପରେ ଏକ ଖଟିଆରେ ବିଶ୍ରାମ ନେଉଥିଲେ। ଏହି ସମୟରେ ଗଣେଶ ପ୍ରଚୁର ମଦ୍ୟପାନ କରି ଘରକୁ ଆସି ସତ୍ୟବତୀଙ୍କ ଚରିତ୍ରକୁ ସନ୍ଦେହ କରି ଏକ ଲୁହାଛଡ଼ରେ ତାଙ୍କ ମୁଣ୍ଡକୁ ପିଟିପିଟି ହତ୍ୟା କରିଥିଲା। ପତ୍ନୀଙ୍କୁ ହତ୍ୟା ପରେ ନିକଟସ୍ଥ ଜଙ୍ଗଲକୁ ଦୌଡ଼ିଥିଲା ଗଣେଶ। ତେବେ ଶ୍ୱଶୁର ଅରୁଣ ଓ ଗ୍ରାମବାସୀ ତାକୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଖବର ପାଇ ପୁଲିସ ପହଞ୍ଚି ଗଣେଶକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe