ମହିଳାଙ୍କୁ ଅର୍ଦ୍ଧନଗ୍ନ କରି ମାଡ଼ ଘଟଣା: ଜେଲ୍‌ ଗଲେ ୨ ଅଭିଯୁକ୍ତ

Advertisment

ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନମଣ୍ଡଳୀ ରାହାସୋଈ ପଞ୍ଚାୟତରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ଓ ଜଣେ ମହିଳାଙ୍କୁ ରାସ୍ତା ଉପରେ ଅର୍ଦ୍ଧଉଲଗ୍ନ କରି ମାଡ଼ ମାରିବା ଘଟଣାରେ ପୁଲିସ ଆଜି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନମଣ୍ଡଳୀ ରାହାସୋଈ ପଞ୍ଚାୟତରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ଓ ଜଣେ ମହିଳାଙ୍କୁ ରାସ୍ତା ଉପରେ ଅର୍ଦ୍ଧଉଲଗ୍ନ କରି ମାଡ଼ ମାରିବା ଘଟଣାରେ ପୁଲିସ ଆଜି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

hfkhfhkhk

ଦଶରଥପୁର: ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନମଣ୍ଡଳୀ ରାହାସୋଈ ପଞ୍ଚାୟତରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ଓ ଜଣେ ମହିଳାଙ୍କୁ ରାସ୍ତା ଉପରେ ଅର୍ଦ୍ଧଉଲଗ୍ନ କରି ମାଡ଼ ମାରିବା ଘଟଣାରେ ପୁଲିସ ଆଜି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପ୍ତିରଞ୍ଜନ ପାଣିଗ୍ରାହୀ ଓ ପୁଟୁଳି ସେଠୀ। ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସରପଞ୍ଚ ରୀତାଞ୍ଜଳି ଦ୍ବିବେଦୀଙ୍କ ସ୍ୱାମୀ ଶିବପ୍ରସାଦ ରଥଙ୍କ ପାଖରେ ପୁଲିସ ଏଯାଏଁ ପହଞ୍ଚି ପାରିନାହିଁ। ସୂଚନା ମାଗିଥିବା ଅଶୋକ ପତିଙ୍କ ମା’ ଅନ୍ନପୂର୍ଣ୍ଣା ପତିଙ୍କ ଅଭିଯୋଗକ୍ରମେ କେସ ନମ୍ବର ୧୬୪/୨୪ ରୁଜୁ ହୋଇଛି। ସେହିପରି ପତ୍ନୀ ଲଳିତା ପତି (ମଲିକ)ଙ୍କ ଏତଲାକ୍ରମେ କେସ ନମ୍ବର ୧୬୫/୨୪ ଏସି ଏସ୍‌ଟି ଆଇନରେ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ଘଟଣାରେ ଆହୁରି ଅନେକ ବିଜେଡି କର୍ମୀଙ୍କ ସମ୍ପୃକ୍ତି ରହିଥିବାବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି। ଉଭୟ ଏସ୍‌ଡିପିଓ ଏବଂ ଥାନା ଆଇଆଇସି ବଦ୍ରିକାନାଥ ବେହେରା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ରାହାସୋଈ ଗାଁରେ ପୁଲିସ ପାଟ୍ରୋଲିଂ କରୁଛି। 

ଦୁଇ ପକ୍ଷ ନାଁରେ ୪ ମାମଲା ରୁଜୁ 
ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ: ଏସ୍‌ଡିପିଓ

ଅପରପକ୍ଷେ ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହେବା ପରେ ଆଜି ରାଜ୍ୟ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ସର୍ବେଶ୍ୱର ବେହୁରିଆ, ବିଂଝାରପୁର ବିଜେପି ନେତ୍ରୀ ବବିତା ମଲିକ ଦଶରଥପୁର ଥାନାରେ ପହଞ୍ଚିଥିଲେ। ଆକ୍ରମଣର ଶିକାର ହୋଇଥିବା ଅଶୋକ ପତିଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏସ୍‌ଡିପିଓ ଏବଂ ଆଇଆଇସିଙ୍କୁ ଭେଟି ତୁରନ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଅଶୋକଙ୍କ ପତ୍ନୀ ଲଳିତା ଜଣେ ଦଳିତ ମହିଳା ହୋଇଥିବାରୁ ତାଙ୍କୁ ଗାଁରେ ବିରୋଧ କରାଯାଉଥିଲା। ତାଙ୍କ ସ୍ବାମୀ ଅଶୋକ ଆର୍‌ଟିଆଇ ଆଇନ ସହାୟତାରେ ବିଭିନ୍ନ ଅନିୟମିତତା ସଂପର୍କରେ ସୂଚନା ମାଗିଥିଲେ। ଫଳରେ ପଞ୍ଚାୟତର ବିଭିନ୍ନ କାର୍ଯ୍ୟର ବିଲ୍‌ ହେବାରେ ସମସ୍ୟା ହୋଇଥିଲା। ଏହାକୁ ନେଇ ୬ ମାସ ତଳେ ଅଶୋକଙ୍କ ଘରେ ପଶି ବିଜେଡି କର୍ମୀମାନେ ତାଙ୍କୁ ଧମକ ଦେଇଥିଲେ। ଖବର ପାଇ ସେତେବେଳେ ଦଶରଥପୁର ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ପୁଣି ଗତ ଶୁକ୍ରବାର ମିଳିତ ଭାବେ ଶତାଧିକ ବିଜେଡି କର୍ମୀ ତାଙ୍କ ଘରେ ପଶି ଆକ୍ରମଣ କରିଥିଲେ। ଅଶୋକଙ୍କୁ ମାଡ଼ ମାରିବା ସହ ତାଙ୍କ ପତ୍ନୀ ଲଳିତାଙ୍କୁ ଘୋଷାରି ନେଇ ଶାଢ଼ି ଟଣାଝିଙ୍କା କରି ରାସ୍ତା ଉପରେ ମାଡ଼ ମାରିଥିଲେ। ଏ ସଂକ୍ରାନ୍ତରେ ଲଳିତା ଦେଇଥିବା ଏତଲାରେ ଗ୍ରାମର ଦୀପ୍ତିରଞ୍ଜନ ପାଣିଗ୍ରାହୀ, ପୁଟୁଳି ସେଠୀ, ଟୁଲୁଆ ମଲିକ, ଧନା ସେଠୀ, ଟୁଲୁ ରଥଙ୍କ ସମେତ ଅନ୍ୟ କେତେଜଣଙ୍କ ନାମ ରହିଛି। ଅନ୍ୟପଟେ ଅଭିଯୁକ୍ତମାନଙ୍କ ପାଲଟା ଅଭିଯୋଗକ୍ରମେ ଦୁଇଟି ମାମଲା ରୁଜୁ ହୋଇଥିବାରୁ ପୁଲିସର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe