ମହିଳାଙ୍କୁ ପୁଅ ଓ ଭାଇର ବର୍ବରତା: ମୁଣ୍ଡକୁ ହାଣି କ୍ଷତରେ ମରିଚଗୁଣ୍ଡ ପକାଇଲେ, ଭାଇ ଗିରଫ, ପୁଅ‌ ଫେରାର

Advertisment

ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧୀନ ଆଲିପୁର ପଞ୍ଚାୟତ ପଥରା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ମୁଣ୍ଡକୁ ତାଙ୍କର ଏକମାତ୍ର ପୁଅ ଓ ନିଜ ସାନଭାଇ ପନିକିରେ ହାଣିବା ସହ ଆଘାତରେ ମରିଚଗୁଣ୍ଡ ଢାଳି...

Updated On

ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧୀନ ଆଲିପୁର ପଞ୍ଚାୟତ ପଥରା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ମୁଣ୍ଡକୁ ତାଙ୍କର ଏକମାତ୍ର ପୁଅ ଓ ନିଜ ସାନଭାଇ ପନିକିରେ ହାଣିବା ସହ ଆଘାତରେ ମରିଚଗୁଣ୍ଡ ଢାଳି...

ଅଦ୍ୟତନ ହୋଇଛି
ssscxdc

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧୀନ ଆଲିପୁର ପଞ୍ଚାୟତ ପଥରା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ମୁଣ୍ଡକୁ ତାଙ୍କର ଏକମାତ୍ର ପୁଅ ଓ ନିଜ ସାନଭାଇ ପନିକିରେ ହାଣିବା ସହ ଆଘାତରେ ମରିଚଗୁଣ୍ଡ ଢାଳି ନିର୍ଯାତନା ଦେବା ଓ ବେକକୁ ଚିପିବା ସହ କୋଡ଼ି ବେଣ୍ଟରେ ପିଟି ହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ମହିଳା ଜଣକ ହେଲେ, ବନିତା ବେହେରା (୩୫)। ଗତ ୮ ତାରିଖ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ବନିତା ଆଜି ଆସିକା ଥାନାରେ ଏତଲା ଦେଇଛନ୍ତି। ପୁଲିସ ଅଭିଯୁକ୍ତ ଭାଇ ପଣ୍ଡା ବେହେରାକୁ ଗିରଫ କରିଥିବା ବେଳେ ପୁଅ ଦୀପୁ ବେହେରା ଏଯାବତ୍ ଫେରାର ରହିଛି। 

ଗତ ୮ ତାରିଖ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ପୁଅ ଦୀପୁ ଓ ଭାଇ ପଣ୍ଡା ଏହି ବର୍ବର କାଣ୍ଡ ଘଟାଇଥିଲେ। ସେମାନେ ବନିତାଙ୍କୁ ଶୋଇଥିବା ଅବସ୍ଥାରେ ପନିକିରେ ତାଙ୍କ ମୁ୍ଣ୍ଡକୁ ଚୋଟ ପକାଇଥିଲେ। ହାଣିଥିବା ସ୍ଥାନରେ ମରିଚଗୁଣ୍ଡ ଢାଳିଥିଲେ। ବନିତା ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରିଥି‌ଲେ ହେଁ, ପୁଅ ଓ ଭାଇର ମନରେ ସାମାନ୍ୟ ଦୟା ଆସି ନଥିଲା। ଉଭୟ ତାଙ୍କ ବେକକୁ ଚିପିବା ସହ କୋଡ଼ି ବେଣ୍ଟରେ ମାଡ଼ ମାରିଥିଲେ। ମୁଣ୍ଡ, ପିଠି ଓ ଜଂଘ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବାରୁ ବନିତା ଅଚେତ ହୋଇପଡ଼ିଥିଲେ। ସେ ମରିଯାଇଥିବା ଭାବି ଘରର ବାହାରପଟୁ ତାଲା ପକାଇ ଦୀପୁ ଓ ପଣ୍ଡା ଫେରାର ହୋଇଯାଇଥିଲେ। ଗତକାଲି ସକା‌ଳେ ଚେତା ଫେରିବା ପରେ ସାହିବାସିନ୍ଦା ବନିତାଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଥିଲା। 

ଆଜି ବନିତା ଚିକିତ୍ସିତ ହୋଇ ଫେରିବା ପରେ ଆସିକା ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଭାଇ ପଣ୍ଡାକୁ ଗିରଫ କରିଛି। ପୁଅ ଦୀପୁକୁ ଗିରଫ କରିବାକୁ ଧରପଗଡ଼ ଜାରି ରହିଛି। ତେବେ କେଉଁ କାରଣରୁ ଉଭୟ ଏଭଳି ଅମାନୁଷିକ କାଣ୍ଡ ଘଟାଇଲେ ଏନେଇ ବର୍ତ୍ତମାନସୁଦ୍ଧା କିଛି ସ୍ପଷ୍ଟ ହୋଇପାରୁନି। ବିଭିନ୍ନ ଦିଗରୁ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ବନିତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe