ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ

Advertisment

ସମ୍ପର୍କୀୟ ଶୁଣିଲେନି, ୮୩ ବୟସ୍କା ବୃଦ୍ଧା ଅନ୍ତିମ ସତ୍କାର କଲେ

ସମ୍ପର୍କୀୟ ଶୁଣିଲେନି, ୮୩ ବୟସ୍କା ବୃଦ୍ଧା ଅନ୍ତିମ ସତ୍କାର କଲେ

ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ

ରାଉରକେଲା : ରାଉରକେଲାର ଜଣେ ୮୩ ବର୍ଷ ବୟସ୍କ ବୃଦ୍ଧା ନିଜ ସ୍ବାମୀଙ୍କୁ ମୁଖାଗ୍ନି ଦେଇ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଖବର ଇସ୍ପାତ ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ଶ୍ରୀନିବାସ ମିତ୍ର (୮୩) ଓ ତାଙ୍କ ପତ୍ନୀ ରେଖା ମିତ୍ର (୮୩) ରାଉରକେଲା ଛେଣ୍ଡ କଲୋନି ଗୋପବନ୍ଧୁ ନଗର ବାସିନ୍ଦା। ଉଭୟଙ୍କର କୌଣସି ସନ୍ତାନ ନଥିବାରୁ ଦୁହେଁ ଘରେ ଏକୁଟିଆ ରହୁଥିଲେ। ଗତକାଲି ଅପରାହ୍‌ଣରେ ଶ୍ରୀନିବାସଙ୍କର ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ମୃତ୍ୟୁ ଘଟିଥିଲା। ପଡୋଶୀ ଓ ସମ୍ପର୍କୀୟମାନେ ଶ୍ରୀନିବାସଙ୍କର ଶବକୁ ଅନ୍ତିମ ସତ୍କାର ପାଇଁ ବେଦବ୍ୟାସ ନେଇଥିଲେ। ସେଠାରେ ଶବ ଦାହ ପାଇଁ ମୁଖାଗ୍ନି ଦେବାକୁ କେହି ବାହାରିଲେ ନାହିଁ। ଖବରପାଇ ପତ୍ନୀ ରେଖା ଠିକ୍ ଭାବେ ଚାଲି ପାରୁନଥିବା ସତ୍ତ୍ବେ ବେଦବ୍ୟାସରେ ପହଞ୍ଚି ମୁଖାଗ୍ନି ଦେବାକୁ ଉପସ୍ଥିତ ସମ୍ପର୍କୀୟମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ କେହି ନ ଶୁଣିବାରୁ ସେ ନିଜେ ମୁଖାଗ୍ନି ଦେବାକୁ ନିଷ୍ପତ୍ତି ନେଇଥିଲେ। ପିଣ୍ଡ ଦାନ ଓ ମୁଖାଗ୍ନି କର୍ମ ତୁଲାଇ ସେ ନିଜ ପତିକୁ ଅନ୍ତିମ ବିଦାୟ ଦେଇଥିଲେ। ରେଖାଙ୍କ କହିବା ଅନୁସାରେ ତାଙ୍କର କୌଣସି ସନ୍ତାନ ନଥିବାରୁ ମୃତ୍ୟୁ ପରେ ପତିକୁ ଶେଷ ସମ୍ମାନ ଦେବା ତାଙ୍କର ପ୍ରଥମ କର୍ତ୍ତବ୍ୟ। ସେ ଏଭଳି କାର୍ଯ୍ୟ କରି ପତ୍ନୀର ଦାୟିତ୍ବ ନିର୍ବାହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe