ଜିଅନ୍ତା ଜଳିଗଲେ ମହିଳା: ସ୍ବାମୀ ଓ ନାତୁଣୀ ଗୁରୁତର ଆହତ

Advertisment
ଜିଅନ୍ତା ଜଳିଗଲେ ମହିଳା: ସ୍ବାମୀ ଓ ନାତୁଣୀ ଗୁରୁତର ଆହତ

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ସହର ଅସ୍ଥାୟୀ କଲୋନିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କୁଡ଼ିଆ ଘର ସଂପୂର୍ଣ୍ଣ ଜଳିଯାଇ ସୂର୍ଯ୍ୟ ସାନପଲିଙ୍କ ପତ୍ନୀ ପ୍ରଭାବତୀ ସାନପାଲି (୫୦) ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେହିପରି ପ୍ରଭାବତୀଙ୍କ ସ୍ବାମୀ ଏବଂ ନାତୁଣୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ନିମନ୍ତେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବହୁ ଦିନ ହେଲା ସୂର୍ଯ୍ୟ ଓ ପ୍ରଭାବତୀ ଅସ୍ଥାୟୀ କୁଡ଼ିଆଘରେ ରହି ଶେଯ ଓ ଲୁଗା ଆଦି ସିଲେଇ କରି ଚଳୁଥିଲେ। ସାଥୀରେ ନାତୁଣୀ ଅନୁସାରୀ ମଧ୍ୟ ରହୁଥିଲେ। ଆଜି ଅପରାହ୍ନ ପ୍ରାୟ ୪ଟାରେ ହଠାତ୍‌ ଘରେ ନିଆଁ ଲାଗି ଯାଇଥିଲା। ଚାଳଛପର ଘର ସହିତ ଘର ଭିତରେ ପ୍ରଚୁର ପରିମାଣରେ ଲୁଗା ରହିଥିବାରୁ ଅଳ୍ପ ସମୟ ମଧ୍ୟରେ ଚାରିପଟେ ନିଆଁ ବ୍ୟାପୀ ଯାଇଥିଲା। ତେଣୁ ଘରୁ କେହି ବାହାରି ପାରିନଥିଲେ। ନିଆଁର ପ୍ରଭାବରେ ପ୍ରଥମେ ପ୍ରଭାବତୀ ଆସିଥିଲେ। ତେଣୁ ସ୍ବାମୀ ସୂର୍ଯ୍ୟ ଓ ନାତୁଣୀ ଅନୁସାରୀ ଉଦ୍ଧାର କରିବାକୁ ଉଦ୍ୟମ କରି ଉଭୟ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ଅଗ୍ନିକାଣ୍ଡ ସଂପର୍କରେ ସୂଚନା ପାଇ ତୁରନ୍ତ ପହଞ୍ଚିଥିଲେ।

ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିବା ସହ ପ୍ରଭାବତୀ, ସୂର୍ଯ୍ୟ ଏବଂ ଅନୁସାରୀଙ୍କୁ ବହୁ କଷ୍ଟରେ ଉଦ୍ଧାର କରିଥିଲେ। ସେମାନଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ସୁଦ୍ଧା ପ୍ରଭାବତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ଲେଖା ହେବା ସୁଦ୍ଧା ଗୁରୁତର ସୂର୍ଯ୍ୟ ଏବଂ ଅନୁସାରୀଙ୍କ ଚିକିତ୍ସା ଜାରି ରହିଛି। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବିଦ୍ୟୁତ ବିଭାଗ ପକ୍ଷରୁ ଘରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଗୁଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ତହସିଲଦାର ଲୀଲାବତି ଆଚାର୍ଯ୍ୟ ଓ ରାଜସ୍ବ ବିଭାଗ କର୍ମଚାରୀ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହି ଘଟଣା ପରେ ଅସ୍ଥାୟୀ କଲୋନିରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe