ପୋଡ଼ିହୋଇ ମହିଳାଙ୍କ ମୃତ୍ୟୁ

Advertisment
ଦୁଇ ଛାତ୍ରଙ୍କ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ଇନ୍‌ଷ୍ଟା ପୋଷ୍ଟ, ସୁଇସାଇଡ୍‌ ନୋଟ୍‌

ତେଲକୋଇ: ତେଲକୋଇ ଥାନା ବଳଭଦ୍ରପୁର ପଞ୍ଚାୟତ ପାଟଖଳି ଗ୍ରାମରେ ଜଣେ ଆଦିବାସୀ ଜୁଆଙ୍ଗ ମହିଳା ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀଧର ଜୁଆଙ୍ଗଙ୍କ ପତ୍ନୀ ଋତେଇ ଜୁଆଙ୍ଗ (୫୦)। ଋତେଇ ରବିବାର ରାତିରେ ଘର ବାରଣ୍ଡାରେ ଶୋଇଥିଲେ। ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ପାଖରେ ନିଆଁ ଜାଳିଥିଲେ।

ରାତିରେ ଅସାବଧନତା ଯୋଗୁଁ ଶୋଇଥିବା ଶେଯ ଓ ପିନ୍ଧିଥିବା ବସ୍ତ୍ରରେ ନିଆଁ ଲାଗିଯାଇଥିଲା। ମହିଳା ଜଣଙ୍କ ଚିତ୍କାର କରିବାରୁ ପରିବାର ଲୋକେ ଉଠି ନିଆଁ ଲିଭାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ତେଲକୋଇ ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଛି। ଏନେଇ ତେଲକୋଇ ଥାନାରେ କେସ୍‌ ନମ୍ବର ୭/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe