ଥମୁନି ଜନନୀ ଯନ୍ତ୍ରଣା: ପାହାଡ଼ିଆ ରାସ୍ତାରେ ୩କିମି ବୁହା ହେଲେ ଗର୍ଭବତୀ 

ଥମୁନି ଜନନୀ ଯନ୍ତ୍ରଣା: ପାହାଡ଼ିଆ ରାସ୍ତାରେ ୩କିମି ବୁହା ହେଲେ ଗର୍ଭବତୀ 

ବୈପାରିଗୁଡ଼ା: ତଥାପି ଥମୁନି ଜନନୀ ଯନ୍ତ୍ରଣା। କେତେବେଳେ ପାଦରେ ଚାଲି ଏବଂ ଭର ନଈ ପାର ହୋଇ ଖଟିଆରେ ବୋହି ଆମ୍ବୁଲାନ୍ସ ଯାଏ ପହଞ୍ଚିବାକୁ ପଡୁଛି ତ ଆଉ କେତେବେଳେ ପାହାଡ଼ିଆ ରାସ୍ତା ପାର୍ ହେବାକୁ ପଡ଼ୁଛି। ଏଭଳି ଏକ ଅଭାବନୀୟ ଘଟଣକ୍ରମରେ ଜଣେ ଗର୍ଭବତୀ ମହିଳାଙ୍କୁ ରାତି ଦଶଟା ବେଳେ କାନ୍ଧରେ ବୋହି ୩ କିଲୋମିଟର ପାହାଡ଼ିଆ ରାସ୍ତା ଦେଇ ଆମ୍ବୁଲାନ୍ସ ଯାଏ ପହଞ୍ଚିବାକୁ ପଡ଼ିଥିଲା।

publive-image

ସୂଚନା ଅନୁଯାୟୀ, ଜି ମାଝିଗୁଡା ପଞ୍ଚାୟତର ଟିକ୍ରାପଡା ଗ୍ରାମର ସାଧୁ ଖିଲଙ୍କ ପତ୍ନୀ ବାସନ୍ତୀ (୨୬)ଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ଆଶା କର୍ମୀଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ଆଶା କର୍ମୀ ଏସଂପର୍କରେ ବୈପାରିଗୁଡା ଡାକ୍ତରଖାନା ସହ ଯୋଗାଯୋଗ କରିବାରୁ ଆମ୍ବୁଲାନ୍ସ ଟିକ୍ରାପଡା ଅଭିମୁଖେ ବାହାରିଥିଲେ ମଧ୍ୟ ଭାଟିପଡାରେ ହିଁ ଅଟକି ପଡ଼ିଥିଲା। କାରଣ ଟିକ୍ରାପଡା ଯାଏ ପହଞ୍ଚିବା ପାଇଁ ରାସ୍ତା ନଥିଲା। ଯାହାଫଳରେ ସୁଧା ଏବଂ ପରିବାର ଲୋକେ ଆସନ୍ନ ପ୍ରସବା ବାସନ୍ତୀଙ୍କୁ ଖଟିଆରେ କାନ୍ଧେଇ ୩ କିଲୋମିଟର ପାହାଡ଼ିଆ ରାସ୍ତାରେ ଆମ୍ବୁଲାନ୍ସ ଯାଏ ଆସିବା ପାଇଁ ବାଧ୍ୟ ହୋଇଥିଲେ।

ରାତି ଦଶଟାରେ ଜଂଗଲ ଭିତରେ ମୋବାଇଲ ଲାଇଟକୁ ସାହାରା କରି ସେମାନେ ଭାଟିପଡାରେ ପହଞ୍ଚିଥିଲେ। ବାସନ୍ତୀଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବା ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ମୈଳିକ ସୁବିଧାର କୌଣସି ବ୍ୟବସ୍ଥା ନଥିବାରୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଥିବା ବିଡ଼ମ୍ବନା ବ୍ୟତୀତ ଅନ୍ୟ କିଛି ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe