ଲକ୍ଷ୍ମୀପୁର : ପାରିବାରିକ କଳହକୁ ନେଇ ମହିଳାଙ୍କ ଆତ୍ମହତ୍ୟା

Advertisment
ଲଭ୍‌-ସେକ୍ସ-ଧୋକା ପରେ ଦିବ୍ୟାଙ୍ଗ ଯୁବତୀଙ୍କ ବିଷପିଇ ଆତ୍ମହତ୍ୟା ଉଦ୍ୟମ

Daily Guide

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଗାଁର ଜଣେ ବିବାହିତା ମହିଳା ପାରିବାରିକ କଳହକୁ ନେଇ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସର ସୁଚନା ମୁତାବକ ଗୌରି ମୁଦୁଲି ନାମକ ୪ଟି ସନ୍ତାନର ଜନନି ଗତ ପ୍ରାୟ ୧୫ ବର୍ଷ ହେଲା କମୁଳୁ ମୁଦୁଲିଙ୍କୁ ବିବାହ କରି ସାଂସାରିକ ଜୀବନ ବିତାଇ ଆସୁଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ଗତ କିଛି ଦିନ ହେଲା ବିଭିନ୍ନ କାରଣକୁ ନେଇ ପାରିବାରିକ କଳହ ଲାଗି ରହୁଥିଲା। ଏହାକୁ ନେଇ ସେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ଗୋଷ୍ଠି ସ୍ବାସ୍ଚ୍ୟ କେନ୍ଦ୍ରକୁ ଅଣାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଲକ୍ଷ୍ମୀପୁର ଆଇଆଇସି ଡାକ୍ତରଖାନାରେ ପହଚିଂ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ କରାଇ ପରିବାରକୁ ଶବ ହସ୍ତାନ୍ତର କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe