ପାରିବାରିକ କଳହର ସମାଧାନ ପାଇଁ ଯାଇଥିବା ମହିଳା ଏଏସଆଇଙ୍କୁ ମାଡ଼ ମାରି ନାକ ଫଟାଇଦେଲେ ଯୁବକ

Advertisment
ପାରିବାରିକ କଳହର ସମାଧାନ ପାଇଁ ଯାଇଥିବା ମହିଳା ଏଏସଆଇଙ୍କୁ ମାଡ଼ ମାରି ନାକ ଫଟାଇଦେଲେ ଯୁବକ

Sambad English

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଥିବା ପଦନପୁର ଗାଁରେ ଜଣେ ମହିଳା ଏଏସଆଇଙ୍କୁ ଆକ୍ରମଣ କରାଯାଇଛି । ଗାଁରେ ଝଗଡ଼ା ହୋଇଥିବାର ଖବର ପାଇ ସମାଧାନ ପାଇଁ ପହଞ୍ଚିଥିଲେ ମହିଳା ଏଏସଆଇ ଅନସୂୟା ସେଠୀ। ସେଠାରେ ସମାଧାନ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏଏସଆଇ ଅନସୂୟାଙ୍କୁ ଗାଁର ଜଣେ ଯୁବକ ଆସି ମାଡ଼ ମାରିଥିଲେ। ଯାହାଦ୍ବାରା ଏଏସଆଇଙ୍କ ନାକ ଫାଟି ରକ୍ତସ୍ରାବ ହୋଇଥିଲା। ଏବେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଅଭିଯୁକ୍ତ ଯୁବକକୁ ଚିହ୍ନଟ କରିଛି ପୁଲିସ। ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ଆନନ୍ଦପୁରର ଏସଡିପିଓ।

publive-image

ମିଳିଥିବା ସୂଚନା ମୁତାବକ, ଗତକାଲି ଏଏସଆଇ ଅନସୂୟା ନିଜ ଟିମ୍ ସହ ଏକ ପାରିବାରିକ କଳହର ସମାଧାନ କରିବା ପାଇଁ ପଦନପୁର ଗାଁକୁ ଯାଇଥିଲେ। ସେଠାରେ କଳହର ସମାଧାନ ନେଇ ଆଲୋଚନା ଚାଲୁଥିବା ବେଳେ ଜଣେ ଯୁବକ ଆସି ଏଏସଆଇଙ୍କୁ ହଠାତ ଆକ୍ରମଣ କରିଥିଲେ, ଯାହାଦ୍ବାରା ତାଙ୍କ ନାକ ଫାଟି ଯାଇଥିଲା। ଆନନ୍ଦପୁରର ଏସଡିପିଓ ବିଦ୍ୟୁତ୍ ଚନ୍ଦ୍ର ପଣ୍ଡାଙ୍କ କହିବା ମୁତାବକ, ଏଏସଆଇ ଅନସୂୟାଙ୍କୁ ମାଡ଼ ମାରିଥିବା ଯୁବକକୁ ଆମେ ଚିହ୍ନଟ କରି ସାରିଛୁ। ତୁରନ୍ତ ଆମେ ତାକୁ  ଗିରଫ କରିବା ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe