ନଦୀରେ ବୁଡ଼ି ମହିଳା ମୃତ

Advertisment
ବଉଳି ଜୋରରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କ ଶବ ମିଳିଲା

image source--sisat

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅନ୍ତର୍ଗତ ବଡ଼ ବାଲିକୁଦା ପଞ୍ଚାୟତ ଜନକ ଗାଁରେ ଜଣେ ମହିଳା ନଦୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।
ସୂଚନା ଅନୁସାରେ ଗ୍ରାମର ବିନୋଦ ସାମଲଙ୍କ ପତ୍ନୀ କଳ୍ପନା (୩୬)ସ୍ଥାନୀୟ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିଲେ। କୌଣସି ପ୍ରକାର ତାଙ୍କର ଗୋଡ଼ ଖସି ଯିବାରୁ ସେ ପାଣି ଭିତରେ ଭାସି ଯାଇଥିଲେ। ନିକଟରେ ଥିବା ଗାଧୋଉଥିବା ଅନ୍ୟ ଏକ ଯୁଵକ ଚେଷ୍ଟା କରି ବି ତାଙ୍କୁ ଉଦ୍ଧାର କରିପାରି ନଥିଲେ।

ଯୁବକର ଡାକ ଶୁଣି ନିକଟରେ ମାଛ ଧରୁଥିବା ଜାଲୁଆ ଆସି ମହିଳାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇ ସାରିଥିଲା। ମହିଳାଙ୍କ ମୃତ ଦେହକୁ ବଡଚଣା ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe