ଅଟୋକୁ ବସ୍‌ ଧକ୍କା ଦେବାଫଳରେ ଜଣେ ମହିଳାଙ୍କର ମୃତ୍ୟୁ , ୬ ଜଣ ଗୁରୁତର

ସଡ଼କ ଦୁର୍ଘଟଣାରେ ୧୫ ବର୍ଷରେ ମଲେଣି ୬୨,୧୫୧ ଜଣ

representational image

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ଖବର ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗୁଣସଗାରରୁ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଅଟୋରେ ମାଣ୍ଡିଆପଲିରେ ଥିବା ଶିରିଡ଼ି ସାଇ ମନ୍ଦିରକୁ ଯାଉଥିଲେ । ଆମ୍ବଗଡ଼ ନିକଟରେ ସ୍ୱପ୍ନସାଗର ନାମକ ଏକ ଯାତ୍ରୀବାହୀ ବସ୍‌ ଉକ୍ତ ଅଟୋକୁ ଧକ୍କା ଦେଇଥିଲା। ଫଳରେ ସେଥିରେ ଥିବା ସମସ୍ତେ ଗୁରୁତର ହୋଇପଡ଼ିଥିଲେ। ସେହି ଅଟୋରେ ଥିବା ରଞ୍ଜିତା ଦଳେଇ ନାମ୍ନୀ ଜଣେ ମହିଳାଙ୍କର ଘଟଣାସ୍ଥଳରେ ପ୍ରାଣହାନି ଘଟିଥିଲା। ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

publive-image

ଏଥିରେ ଅଟୋ ଡ୍ରାଇଭରଙ୍କ ସମେତ ଅନ୍ୟ ଛଅଜଣଙ୍କର ଅବସ୍ଥା ସଂକଟାପନ୍ନ ବୋଲି କୁହାଯାଉଛି। ସେମାନଙ୍କ ଭିତରୁ ଜଣେ ୭ ବର୍ଷର ବାଳକକୁ କଟକର ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିଥିଲା ଏବଂ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe