ବିଲରେ କାମ ସାରି ଘରକୁ ଫେରୁଥିଲେ; ବଜ୍ରାଘାତରେ ମହିଳା ମୃତ, ଦୁଇ ଗୁରୁତର

Advertisment
ବଜ୍ରପାତରେ ବୃଦ୍ଧା ମୃତ

The Statesman

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡ଼ାବେଡା ପଂଚାୟତର ତେନ୍ତୁଲିଗାଁ ଛକରେ ରବିବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି। ତିନି ଜଣ ମହିଳା ଜମିରେ କାମ ସାରି ଫେରିବା ସମୟରେ ବଜ୍ରପାତ ହେବା ଯୋଗୁଁ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଉମରକୋଟ ମେଡ଼ିକାଲ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ମୃତ ମହିଳା ହେଲେ ନବିନା ଭତ୍ରା(୩୦)।

ସୂଚନା ପ୍ରକାରେ ଟେଣ୍ଡକାଗୁଡା ଗ୍ରାମର ନବିନା ଭତ୍ରା ଏବଂ ବୁଧୁବାରି ଭତ୍ରା(୪୦) ସହ ଝିଅ ତୁଳସୀ ନିଜ ଧାନ ଜମିରେ କାମ କରିବା ପାଇଁ ଯାଇଥିଲେ। କାମ ସାରି ଅପରାହ୍ଣ ପ୍ରାୟ ୪ଟାରେ ଘରକୁ ଫେରିବା ସମୟରେ ତେନ୍ତୁଲିଗାଁ ଛକ ନିକଟରେ ବଜ୍ରପାତ ହୋଇଥିଲା। ଫଳରେ ନବିନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମା ଏବଂ ଝିଅ ଗୁରୁତର ହୋଇଯାଇଥିଲେ।ପରେ ଖବର ପାଇ ପରିବାର ଲୋକ ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ସେହିପରି ଉମରକୋଟ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଉମରକୋଟ ପଠାଇ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe