ନିଆଁରେ ପୋଡ଼ି ମହିଳା ମୃତ, ହତ୍ୟା ଅଭିଯୋଗ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଚିଲିଗୁଡ଼ା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଚିଚୈଗୁଡ଼ା ଗ୍ରାମରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଏକ ଘର ଭିତରୁ ପଦ୍ମାବତୀ ମେହେର (୪୨ବର୍ଷ) ନାମ୍ନୀ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ତାଙ୍କ ଭାଇ ବଳରାମ ମେହେର ଅଭିଯୋଗ କରିଛନ୍ତି।
ବଳରାମ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବିଧବା ଭଉଣୀ ପଦ୍ମାବତୀଙ୍କ ଏକମାତ୍ର ପୁଅ ହାଇଦ୍ରାବାଦରେ ଚାକିରି କରନ୍ତି। ଫଳରେ ​ପଦ୍ମାବତୀ ଘରେ ଏକୁଟିଆ ରହନ୍ତି। ଶନିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ନିଆଁରେ ପୋଡ଼ି ହତ୍ୟା କରିଛି। ପାରିବାରିକ କଳହକୁ ନେଇ ଏହି ହତ୍ୟା କରାଯାଇଥିବା ସେ ସନ୍ଦେହ କରିଛନ୍ତି। ଏପରିକି ମୃତ ମହିଳାଙ୍କ ଘର କବାଟ ଆଗ ପଟରେ ତାଲା ଝୁଲୁଥିବାରୁ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେ ଅଭିଯୋଗ କରିଛନ୍ତି। ଜୁନାଗଡ଼ ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe